ପ୍ରେମିକାର ଜନ୍ମ ଦିନରେ ଗିଫ୍ଟ ଦେବା ପାଇଁ ୨ ପ୍ରେମିକ କରିଥିଲେ ଗଞ୍ଜେଇ ଚାଲାଣ, ଧରା ପଡିଲେ ୨ ଯୁବକ

Spread the love

ମାଲକାନଗିରି, ଚେତନା ମିଡ଼ିଆ : ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମ ଦିନରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ଚକରରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ମାଲକାନଗିରି ଜିଲ୍ଲାର MV–79 ଥାନା ପୁଲିସଙ୍କ ହାତରେ ଧରା ପଡ଼ିଛନ୍ତି।

ଶୁକ୍ରବାର ଦିନ ପେଟ୍ରୋଲିଂ ସମୟରେ MV–79 ପୁଲିସ ଟିମ୍ ଲାଛିପେଟା ଛକ ନିକଟରେ ସନ୍ଦେହଜନକ ଏକ୍ଟିଭା ସ୍କୁଟିକୁ ଚେକିଙ୍ଗ କରିଥିଲେ। ସେଥିରେ ମୋଟ 22 କିଲୋ ଗଞ୍ଜେଇ ମିଳିଥିଲା। ମଧ୍ୟରାତିରେ ସେମାନେ ଗଞ୍ଜେଇକୁ ଅନ୍ୟ ଅଞ୍ଚଳକୁ ନେଇ ଉଚ୍ଚ ମୂଲ୍ୟରେ ବିକି ଟଙ୍କା ଯୋଗାଡ଼ କରିବା ଚେଷ୍ଟା କରୁଥିବା ତଥ୍ୟ ମିଳିଛି।

ଧରାପଡ଼ିଥିବା ଯୁବକ ଦୁଇଜଣ ହେଲେ ଟି. ତ୍ରିନାଥ କୁମାର ବି. ୟୁଵାଚାରଣ ଆଦିତ୍ୟ,ଉଭୟେ ତେଲେଙ୍ଗାନା ରାଜ୍ୟର ଖମ୍ମମ ଜିଲ୍ଲାର ବାସିନ୍ଦା। ପୁଲିସ ସୂତ୍ର ଅନୁସାରେ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ 50 ହଜାର ଟଙ୍କା ହେବା ସହିତ ଚାଲାଣରେ ବ୍ୟବହୃତ ଏକ୍ଟିଭା ସ୍କୁଟିକୁ ମଧ୍ୟ ଜବତ କରାଯାଇଛି। ତେବେ ଦୁଇ ଯୁବକ ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମଦିନ ରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ଚକରରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରା ପଡ଼ିଥିବା ଏମି.ଭି-୭୯ ଥାନା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *