ବାଲୁଗାଁରେ ୧୧0 ଗ୍ରାମ ବ୍ରାଉନ ସୁଗାର ଜବତ ସହ ଜଣେ ଗିରଫ

Spread the love

ଚିଲିକା, ଚେତନା ମିଡ଼ିଆ ତାରିଖ ୧୪/୧୧ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଧଳାଜହର ( ବ୍ରାଉନସୁଗାର )ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବାଲୁଗାଁ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତୀ ତ୍ରିପାଠୀଙ୍କ ନିର୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ନିରୀକ୍ଷକ ଅଜିତ ପାତ୍ରଙ୍କ ତତ୍ୱାବଧାନରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ନିକଟ ବାଲୁଗାଁ ଓଭର ବ୍ରିଜ ତଳୁ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉକରି ସ୍ଥାନୀୟ ଚକ୍ରଧରପୁର ଗ୍ରାମର ଏକ ନାବାଳକ ଠାରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଆସାମୀ କୁ ଗିରଫ କରାଯାଇଛି। ଯାହାର ମୂଲ୍ୟ ଏଗାର ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଆସାମୀ ର ବୟସ ୧୬ ବର୍ଷ ରୁ କମ ଥୁବାରୁ କେଶ ନମ୍ବର ୧୯୭/୨୫ ଆଧାର ରେ ଆସାମୀକୁ ଗିରଫ କରି ଜୁଭେନାଲ ଜଷ୍ଟିସ କୋର୍ଟ କୁ ଫରୱାର୍ଡ଼ କରାଯାଇଛି।ଏହି ଅବକାରୀ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି,ଟାଙ୍ଗି ଅଧିକାରୀ ରମେଶ ବାରିକ,ମୋବାଇଲ ଟିମ ଅଧିକାରୀ ସୁଜିତ କୁମାର ନାଗ,ଅବକାରୀ କର୍ମଚାରି ମିନକେତନ ମହାଲିକ,ସୁନିତା ମହାରଣା,ରଞ୍ଜିତ ପଟେଲ,ଅନିଲ କୁମାର ପ୍ରଧାନ, ସଞ୍ଜୟ କୁମାର ରାଉତ,ଜିତେନ୍ଦ୍ର ହେମ୍ବ୍ରମ ଆଦି ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *