
ରାୟଗଡା -୨୧/୧୧/୨୫-(ଚେତନା ମିଡ଼ିଆ)ଆଜ୍ଞା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଲରେ ଖାଇବାକୁ ଦେଉନଥିଲେ,ଶହ ଶହ ପିଲା ଙ୍କୁ ଗୋଟେ କେଜି ଡାଲି,ଦୁଇଟା ଲାଉ ଗୋଟାଏ କୋବି ଦେଈ ମଦ ପିଇ ରହୁଥିଲେ ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ମାଝୀ, କଣ ପଚାରିଲେ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରୁଥିବା ଅଭିଯୋଗ କଲେ SAG ମହିଳା।
ଏହି ଭଳି ଘଟଣା ଦେଖିବା କୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ମାଝୀ ଦୀର୍ଘଦିନ ଧରି ମଦ୍ୟପାନ କରି ବିଦ୍ୟାଳୟ ପରିବେଶକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ସେ ୮ ମାସ ଧରି ଏମଡିଏମ ପଇସା ନଦେବା ସହ SAG ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ ।
ସେପ୍ଟେମ୍ବର ମାସରେ ମଦ୍ୟପାନରୁ ପ୍ରେରିତ ଅବ୍ୟବସ୍ଥା ଦେଖି ସେଠାରୁ ପ୍ରହ୍ଲାଦ ମାଝୀଙ୍କୁ ବଦଳି କରାଯାଇଥିଲା। କିନ୍ତୁ ପରେ ହାଇକୋର୍ଟ ରୁ ଷ୍ଟେ ଅର୍ଡର ଆସିବା ପରେ ପୁନର୍ବାର ସେ ଏହିଥିରେ ଯୋଗଦେଇ କାର୍ଯ୍ୟରତ ହୋଇଛନ୍ତି। ବଦଳି ପରେ ମଧ୍ୟ ତାଙ୍କ ଆଚରଣରେ ପରିବର୍ତ୍ତନ ନ ଆସିବାରୁ ଗ୍ରାମବାସୀ ଅତ୍ୟନ୍ତ ଅସନ୍ତୁଷ୍ଟ ହେବା ପରେ ଖବର ଟି ପାଇ ଡବ୍ଲୁଇଓ ଚନ୍ଦନ ଦାସ ବାଙ୍ଗାରି ବିଦ୍ୟାଳୟ କୁ ପହଞ୍ଚି ପରିସ୍ଥିତି ବୁଝାସୁଝା କରିବାକୁ ଚେଷ୍ଟା କରିଥଲେ କିନ୍ତୁ ପ୍ରଧାନ ଶିକ୍ଷକ ତାଙ୍କୁ ଖାତିର କରୁନ ଥିବା ଜଣା ପଡିଛି।
ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ ଏସଆଇ ହେମନ୍ତ କୁମାର ବରିହା ବିଦ୍ୟାଳୟକୁ ପହଞ୍ଚି ପ୍ରହ୍ଲାଦ ମାଝୀଙ୍କୁ ମାଦକ ଯନ୍ତ୍ର (Alcohol Meter) ଦ୍ୱାରା ଯାଞ୍ଚ କରିଥିଲେ। ଯୋଉତିରେ ୩୪୭ ଲେଭେଲ ଅତ୍ୟାଧିକ ମଦ୍ୟପାନର ଚିହ୍ନ ବାହାରି ଥିଲା। ଘଟଣା ପରେ ଗ୍ରାମବାସୀ ଦାବୀ କରିଛନ୍ତି ଯେ ପ୍ରଧାନ ଶିକ୍ଷକଙ୍କୁ ତତ୍କ୍ଷଣାତ୍ ନିଲମ୍ବିତ କରାଯାଉ ଓ ବିଦ୍ୟାଳୟର ପରିବେଶକୁ ସୁସ୍ଥ କରାଯାଉ। ଏହି ସମ୍ପର୍କ ରେ ଡବ୍ଲୁଇଓ ଚନ୍ଦନ ଦାସ ବାଙ୍ଗାରି କୁ ପଚାରିବାରୁ ରିପୋର୍ଟ କରିକି ଜିଲ୍ଲାପାଳ ଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି। ପୋଲିସ ପକ୍ଷରୁ ଘଟଣାର ସମ୍ପୂର୍ଣ ତଦନ୍ତ ପରେ ଡବ୍ଲୁଇଓ ଙ୍କୁ ଲେଟର ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।











Leave a Reply