ଜୀବନ ଯନ୍ତ୍ରଣାରେ ପାତ୍ରପୁର ବ୍ଲକ ର ଅପହଞ୍ଚ ବାସୀ, ୭ କି.ମି ଦୋଳରେ ବୁହାହେଲେ ରୋଗୀ,

Spread the love


ପାତ୍ରପୁର,୨୮।୧୧, ଚେତନା ମିଡ଼ିଆ :
ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ଆଙ୍କୁଲି ପଂଚାୟତ ତରମଣ୍ଡା ଗ୍ରାମର ୬୫ ବର୍ଷୀୟ କୋରା କାର୍ଜିଙ୍କୁ ଆଜି ଦୋଳାରେ ବୋହି ପ୍ରାୟ ସାତ କିଲୋମିଟର ଦୂରରେ ଥିବା କମ୍ପୁଟକୁ ଆଣାଯିବା ଘଟଣା ସାରା ଜିଲାରେ ବିକାଶକୁ ଅଙ୍ଗୁଳି ନିର୍ଦେଶ କରୁଛି।ସୂଚନା ପ୍ରକାରେ
ଦଶଦିନ ପୂର୍ବେ କୁରା ଜଙ୍ଗଲରୁ କାଠ ଆଣୁଥିବା ସମୟରେ ପଥର ରୁ ଖସି ପଡିବାରୁ ତାଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ପାତ୍ରପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ହାଡ଼ ଫାଟିଯାଇଥିବାରୁ ବ୍ରହ୍ମପୁରକୁ ପଠାଇବା ପରାମର୍ଶ ମିଳିଥିଲା।
ବର୍ଷାରେ ମାଟି ଧୋଇ ରାସ୍ତା ନଷ୍ଟ ହୋଇଯାଇଥିବାଯୋଗୁଁ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବ ହୋଇନଥିଲା। ଏହି ପରିସ୍ଥିତିରେ ଗ୍ରାମବାସୀ ମିଶି ତାଙ୍କୁ ଦୋଳାରେ ବୋହି କମ୍ପୁଟ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସରେ ପାତ୍ରପୁର ହସ୍ପିଟାଲ୍ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଗଲା।
ଗ୍ରାମର ମାଟିରାସ୍ତା ନଷ୍ଟ ହୋଇ ଯାତାୟାତ ପ୍ରଭାବିତ ହେବାରୁ ଲୋକମାନଙ୍କ ଦୈନନ୍ଦିନ ଜୀବନ ଅସୁବିଧାରେ ପଡ଼ିଛି। ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ସରିଥିବା ସତ୍ତେ କାମ ଆରମ୍ଭ ନହେବା ରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କତ୍ତୃପକ୍ଷ ଶୀଘ୍ର କାମ ଆରମ୍ଭ କଲେ ଏହି ଅଞ୍ଚଳର ଲୋକମାନେ ବହୁତ ଉପକୃତ ହେବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *