
ଗଜପତି, ୨୮।୧୧, ପ୍ରଭାତ କୁମାର ପାତ୍ର, ଚେତନା ମିଡ଼ିଆ: ଗୋସାଣୀ ବ୍ଳକର ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଦୟନୀୟ ଅବସ୍ଥା , ବାରଣ୍ଡାରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ , ଗଜପତି ଜିଲ୍ଲାର ଗୋସାଣୀ ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଏସ ଉରୁଡ଼ା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ଅନେକ ସମସ୍ୟା ଭିତରେ ରହିଛି । ୧୯୫୪ ମସିହାରେ ସ୍ଥାପିତ ହୋଇଥିବା ଏହି ପୁରୁଣା ବିଦ୍ୟାଳୟକୁ ୭୫ ବର୍ଷର ପୁରୁଣା ବିଦ୍ୟାଳୟରେ ବର୍ତମାନ ୧୩୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏଠାରେ ୩ ଟି ଶ୍ରେଣୀ ଗୃହରେ ପାଠ ପଢୁଛନ୍ତି । ମାତ୍ର ୯ ଜଣ ଶିକ୍ଷକ ଙ୍କୁ ନେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି । ସେହିପରି ଏଠାରେ ୧୦୦ ଶଜ୍ୟା ଛାତ୍ର ବାଷ ମଧ୍ୟ ଅଛି ବିଶିଷ୍ଟ ଶିକ୍ଷା ବିଭାଗର ଏହି ଉଦାସୀନତା ଯୋଗୁ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଉଛି । ଶିକ୍ଷାଦାନ ପାଇଁ ଶ୍ରେଣି ଗୃହର ଅଭାବ ରହିଥିବାରୁ ବିଗତ ସରକାର ନୂତନ କୋଠା ନିର୍ମାଣ ପାଇଁ ଅନୁଦାନ ଦେଇଥିଲେ କିନ୍ତୁ ବର୍ତମାନର ସରକାର ଅନୁଦାନ ଯୋଗାଇଦେବାରେ ବିଫଳ କାରଣରୁ ଅନୁଦାନ ଅଭାବରୁ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଛି । ଅନ୍ୟ ପଟେ ବିଦ୍ୟାଳୟର ପିଇବା ପାଣି ନାହିଁ କି ଖେଳ ପଡିଆ ନାହିଁ , ସେହିପରି ଗୋଟିଏ କ୍ଲାସ ରୁମ୍ ରେ ଦୁଇଟି ବ୍ଲାକବୋଡ ଥାଇ ଛାତ୍ର ଛାତ୍ରୀ ଏକାସାଙ୍ଗରେ ପାଠ ପଡୁଥିବା ଦେଖିବାକୁ ମିଳିଛି ବିଦ୍ୟାଳରର ବାଉଣ୍ଡରୀ ମଧ୍ୟ ନାହିଁ । ଯଥା ଶୀଘ୍ର ସମସ୍ୟା ସମାଧାନ ପାଇଁ ଛାତ୍ରଛାତ୍ରୀ ମାନେ ପ୍ରଶାସନ ନିକଟରେ ଗୁହାରି ରଖିଛନ୍ତି । ଅନ୍ୟ ପକ୍ଷରେ ଏହି ବହୁ ପୁରାତନ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟା ନେଇ ବାରମ୍ବାର ଅଭିଯୋଗ ପରେ କୈଣଶି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଈଥିବା ବେଳେ ସମସ୍ୟା ସମ୍ପର୍କରେ ଶିକ୍ଷକଙ୍କ ସହ ଆଲୋଚନା ପରେ ସମାଧାନ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ।ଗଜପତି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର କେଉଠି ଶିକ୍ଷକ ଥାଇ ଛାତ୍ର ଛାତ୍ରୀ ନାହାନ୍ତି ଆଉ କେଉଁଠି ଛାତ୍ର ଛାତ୍ରୀ ଥାଇ ଶିକ୍ଷକ ଏଠି କିନ୍ତୁ କ୍ଲାସ ରୁମ ଅବାହ କେବେ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ଦେଖିବାକୁ ବାକି।












Leave a Reply