ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କୁଳସମାଜ ରୁ ବାସନ୍ଦ ଅଭିଯୋଗ, ଥାନାରେ ଦ୍ୱାରସ୍ଥ ହେଲେ ଉଭୟ ଗୋଷ୍ଠୀ, ବାହାରୁନି ନିଷ୍କର୍ଷ

Spread the love

ଛତ୍ରପୁର, ୨୮/୧୧, ଚେତନା : ଗଞ୍ଜାମ ଜିଲାରେ ଥମିବାରେ ନାମ ନେଉନି ବାସନ୍ଦ ଘଟଣା, ଏହି ବାସନ୍ଦରୁ ବାଦ ପଡ଼ିନାହାନ୍ତି ଅତିରିକ୍ତ ତହସିଲଦାର | ଗଞ୍ଜାମ ଜିଲ୍ଲାର ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ପରିବାରକୁ କୁଳସମାଜ ପକ୍ଷରୁ ଅପମାନ କରାଯିବା ସହିତ ବିବାହ ଭୋଜି କାର୍ଯ୍ୟରେ ବାସନ୍ଦ କରାଯାଇଥିବା ନେଇ ଛତ୍ରପୁର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅତିରିକ୍ତ ତହସିଲଦାର ଶ୍ରୀ ବେହେରାଙ୍କ ଘର ଛତ୍ରପୁର ଥାନା ଅଧୀନ ମୁନିଷିପେଣ୍ଠ ଗ୍ରାମ । ସେ ଅନ୍ୟ ଏକ ଜାତିର ଝିଅକୁ ବିବାହ କରିଥିବାରୁ କୈବର୍ତ ସମାଜ ପକ୍ଷରୁ ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କୈବର୍ତ୍ତ କୂଳ ସମାଜ ପକ୍ଷରୁ ଏପରି କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅତିରିକ୍ତ ତହସିଲଦାରଙ୍କ ବାପା ବିଜୟ ବେହେରା ଛତ୍ରପୁର ଥାନାରେ ଲିଖିତ ଭାବେ କୈବର୍ତ୍ତ ସମାଜ ଭଦ୍ର ବ୍ୟକ୍ତି ନାମରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କୈବର୍ତ ସମାଜ ପକ୍ଷରୁ ଅତିରିକ୍ତ ତହସିଲଦାର ପରିବାରକୁ କୂଳରୁ ବାସନ୍ଦ କରାଯାଇ ନାହିଁ, ଏହା ଭିତ୍ତିହୀନ ବୋଲି କହିଛନ୍ତି ସଭାପତି ରମେଶ ବେହେରା । ଏନେଇ ଆଜି ଛତ୍ରପୁର ଥାନାରେ ଉଭୟ ପକ୍ଷକୁ ନେଇ ଆଲୋଚନା ଚାଲିଥିଲା । ଦୀର୍ଘ ସମୟ ଆଲୋଚନା ପରେ ମଧ୍ୟ କୋଣସି ସମାଧାନର ବାଟ ଫିଟିନିଥିଲା । ପରବର୍ତୀ ସମୟରେ କୈବର୍ତ ସମାଜର ମହାସଭାର କର୍ମକର୍ତୀଙ୍କ ଉପସ୍ଥିତିରେ ଘଟଣା ସଂପର୍କରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ସେହିପରି ଛତ୍ରପୁର ଥାନାରେ ଏସଂକ୍ରାନ୍ତରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କହିଛନ୍ତି । ଅତିରିକ୍ତ ତହସିଲଦାର ଙ୍କ ବାପା ବିଜୟ ବେହେରାଙ୍କ ଅଭିଯୋଗ ଅନୁସାରେ ଗତ ଫେବୃଆରୀ ମାସରେ ଅତିରିକ୍ତ ତହସିଲଦାର ତଥା ମୁନିସିପେଣ୍ଠ ନିବାସୀ ସୌଦାଗର ବେହେରା ଅନ୍ୟ ଜାତିର ଝିଅ ସହ ବିବାହ କରିଥିଲେ | ଘଟଣାକୁ ବିଜୟ ତାଙ୍କ କୈବର୍ତ୍ତ କୂଳ ସମାଜକୁ ଜଣାଇଥିଲେ, କୂଳ ସମାଜ ତାଙ୍କୁ କହିଥିଲା ଯେ ତମେ ପୁଅ – ବୋହୁ ଙ୍କୁ ଛାଡିବ ନା କୂଳ କୁ, ସେ କହିଥିଲେ ଯେ ଉଭୟଙ୍କୁ ଧରିକି ରହିବି, ଏହା ପରେ ତାଙ୍କ ପୁଅ – ବୋହୁ ଙ୍କୁ ପୁରୀ ଯାଇ ଜାତି କରିବାକୁ ମଧ୍ୟ କୁହାଯାଇଥିଲା, ଗତ ୨୩ ତାରିଖ ଦିନ କୂଳର ଜୈନକ ବିବାହ କାର୍ଯ୍ୟକ୍ରମରେ ବିଜୟ ଯୋଗଦେଇଥିବା ରୁ ତାଙ୍କୁ ସମାଜ ର ଭଦ୍ରବ୍ୟକ୍ତି ମାନେ ଅପମାନିତ କରି ଭୋଜିକୁ ବାରଣ କରିଥିଲେ, ସେଠାରୁ ଚାଲି ଯିବାକୁ କହିଥିଲେ, ଏହାକୁ ସେ ସହ୍ୟ ନ କରିପାରି ନ୍ୟାୟ ନିମନ୍ତେ ଛତ୍ରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ | ଅନ୍ୟପଟେ କୂଳ ସମାଜ ଯେଉଁ ଲୋକଙ୍କ ବିବାହ କାର୍ଯ୍ୟକ୍ରମ ସେ ବିଜୟଙ୍କ ପରିବାରଙ୍କୁ ନିମନ୍ତ୍ରଣ କରି ନଥିଲେ, ସେଥିପାଇଁ ସେମାନଙ୍କୁ ବାରଣ କରାଯାଇଥିଲା, ତାଙ୍କୁ ସମାଜରୁ କୋଣସି ପ୍ରକାର ବାସନ୍ଦ କରାଯାଇ ନାହିଁ କୂଳ ସମାଜର କର୍ମକର୍ତା ମାନେ କହିଛନ୍ତି |

Leave a Reply

Your email address will not be published. Required fields are marked *