ବିଶ୍ୱ ଆଦିବାସୀ ଦିବସ ରେ ଏକତା ପ୍ରଦର୍ଶନ କଲେ ଆଦିବାସୀ ସମାଜ

ଅନୁଗୋଳ(ଚେତନା ଆଇଡିଆ )- ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ କିଶୋରନଗର ବ୍ଲକ ଧଉରା ପାଲି ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ପାଞ୍ଚଟି ସମ୍ପ୍ରଦାୟ କୁ ନେଇ ଗଠିତ ମିଳିତ ମଞ୍ଚ ର ଏକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ଆଦିବାସୀ ସଭାପତି ମାଗୁଣି ଚରଣ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ଅତିଥି ଭାବରେ ରାଜ୍ୟ ସଂଯୋଜକ ପ୍ୟାରୀମୋହନ ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବଶିଷ୍ଠ ନାୟକ, ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିରଞ୍ଚି ନାୟକ ,ସଂମ୍ମାନିତ ଅତିଥି ଭାବରେ କିସାନ ସମାଜ ର ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ପ୍ରଧାନ, ଗଣ୍ଡ ସମାଜ ର ଜିଲ୍ଲା ସଭାପତି ସଦାଶିବ ନାୟକ, ଖଇରା ସମାଜ ସଭାପତି ମହାଦେବ ଭୋଇ, କନ୍ଧ ସମାଜ ପ୍ରଗଣା ସଭାପତି ବସନ୍ତ କୁମାର ପ୍ରଧାନ, ରାଜ୍ୟ ଗଣ୍ଡ ସମାଜ ମହିଳା ସଂଯୋଜିକା ସୁଜାତା ନାୟକ, ମେହେର ସମାଜ ସଭାପତି ରଶ୍ମି ରଞ୍ଜନ ସାହୁ, ଚୈତନ୍ୟ ବେହେରା ଯୋଗ ଦେଇ ଆଦିବାସୀ ମିଳିତ ମଞ୍ଚ ଏକତ୍ରିତ ହୋଇ ସବୁଦିନ ରହି ପାରିଲେ ସମସ୍ତ ଙ୍କୁ ଫାଇଦା ମିଳିବ ବୋଲି କହିବା ସହିତ ଆଦିବାସୀ ମାନେ ସରଳ, ନିଷ୍କପଟ ଓ ତାଙ୍କ ର ସଂସ୍କୃତି ପରମ୍ପରା ସବୁ ପରିବେଶ ସମ୍ପର୍କିତ ହୋଇ ଥାଏ ବୋଲି ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ବିଭିନ୍ନ ଦାବୀ ପୂରଣ ସହ ବିଶ୍ୱ ଆଦିବାସୀ ଦିବସ କୁ ରାଜ୍ୟ ସରକାର ଛୁଟି ଘୋଷଣା କରିବା ପାଇଁ ସମ୍ବିଳନୀ ରେ ପ୍ରସ୍ତାବ ପାରିତ ହୋଇଥିଲା l ପ୍ରାରମ୍ଭରେ ଧଉରା ପାଲି କଲ୍ୟାଣ ମଣ୍ଡପ ନିକଟରେ ସମସ୍ତେ ଏକତ୍ରିତ ହୋଇ ମାଦଳ ବଜାଇ ତାଳେ ତାଳେ ନୃତ୍ୟ କରି ବିଭିନ୍ନ ସ୍ଲୋଗାନ ଦେଇ ପଟୁଆର ବାହାରି ବିଭିନ୍ନ ସାହି ବସ୍ତି ବ୍ଲକ ଛକ କଲେଜ ଛକ କୁ ଯାଇ ପଟୁଆର କଲ୍ୟାଣ ମଣ୍ଡପ ନିକଟ କୁ ପୁନଶ୍ଚ ଫେରିଥିଲା l ମଞ୍ଚ ନିକଟରେ କୁନିକୁନି କଳାକାର ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ସମ୍ପ୍ରଦାୟ ର ଶତାଧିକ ଆଦିବାସୀ ଭାଇ ଭଉଣୀ ଯୋଗ ଦେଇଥିଲେ l ସଭା କାର୍ଯ୍ୟକ୍ରମ କୁ ଶିକ୍ଷାବିତ ଭୈରବ କୁମାର ଦେହୁରୀ ମଞ୍ଚ ପରିଚାଳନା କରିଥିବା ବେଳେ ସୋମନାଥ ମାଝୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *