ଦୁଇ IPSଙ୍କୁ DG ପାହ୍ୟାକୁ ପଦୋନ୍ନତି,ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ବଡ଼ ନିଷ୍ପତ୍ତି


ଭୁବନେଶ୍ୱର, ଚେତନା ମିଡ଼ିଆ : ଓଡ଼ିଶା ପୁଲିସ ବିଭାଗରେ ବଡ଼ ପଦୋନ୍ନତି ହୋଇଛି। ରାଜ୍ୟ ସରକାର ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ଅତିରିକ୍ତ ଡିଜି (ଏଡିଜି) ପାହ୍ୟାରୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ପଦୋନ୍ନତି ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ଜଣାପଡ଼ିଛି।
ଏହି ପଦୋନ୍ନତି ଏଭଳି ସମୟରେ ହୋଇଛି, ଯେତେବେଳେ ରାଜ୍ୟର ନୂଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ପୁଲିସ ମହଲରେ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ୧୬ ତାରିଖରେ ଶେଷ ହେବ। ତେଣୁ ପରବର୍ତ୍ତୀ ଡିଜିପି କିଏ ହେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର। ଦୁଇ ବରିଷ୍ଠ ଅଧିକାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ପରେ ନୂଆ ଡିଜିପି ଚୟନକୁ ନେଇ ଚର୍ଚ୍ଚା ଆହୁରି ରୋଚକ ହୋଇଛି।

