ଚିକିଟି, ୧୩।୧୨,ଅରୁଣ କୁମାର ପଣ୍ଡା,ଚେତନା ମିଡ଼ିଆ :ବ୍ରହ୍ମପୁର ପୁଲିସ ଜିଲା କେ. ନୂଆଗାଁ ଥାନା ନୂଆପଡା ଫାଣ୍ଡି ଅନ୍ତର୍ଗତ ନୂଆପଡା ଗ୍ରାମର ଶିବମନ୍ଦିର ନିକଟ ବାହୁଦା ନଦୀ ପଠାରେ ଗତ ନଭେମ୍ବର ୧୨ ତାରିଖରେ ନୂଆପଡା ଗ୍ରାମର ନାରାୟଣ ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ରେ ନୂଆଗାଁ ପୋଲିସ ଆଜି ଝୁମୁରି ବେହେରା ନାମକ ଜଣେ ମହିଳାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଳ ଏହି ମାମଲାରେ ପୂର୍ବରୁ ନୂଆପଡା ର ଶଙ୍କର ବେହେରା କୁ ଗିରଫ କରାଯାଇଥିବା ବେଳେ ଶଙ୍କର ର ସାଙ୍ଗ କୁହାଯାଉଥିବା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ର ଶୁଭରାଜ ବେହେରା କେ. ନୂଆଗାଁ ଆପଣା ଛାଏଁ ପୁଲିସ ପାଖରେ ଆତ୍ମ ସମର୍ପଣ କରିଥିଲା l ଆଜି ଶୁଭରାଜର ଭଉଣୀ ନୂଆପଡା ଚରିଆପଡା ସାହିର ଝୁମୁରିକୁ ପୁଲିସ ଗିରଫ କରିଛି l ନାରାୟଣ ହତ୍ୟା ମାମଲାରେ ଭାଇ ଶୁଭରାଜ, ଭଉଣୀ ଝୁମୁରି ସମେତ ସାଙ୍ଗ ଶଙ୍କର ବେହେରା ଗିରଫ ହେବା ପରେ ଗିରଫଙ୍କ ସଂଖ୍ୟା ୩ କୁ ବୃଦ୍ଧି ପାଇଛି l ସୂଚନା ଯୋଗ୍ୟ ଯେ ମୃତ ନାରାୟଣ କୌଣସି କାରଣରୁ ପରିବାର ଠାରୁ ଅଲଗା ହୋଇ ନଦୀ ପଠାରେ ଏକ ବଗିଚାକରି ଫୁଲଚାଷ କରି ଜୀବିକା ନିର୍ବାହ କରୁଥିଲେ l ପ୍ରତିଦିନ ଭଳି ଗତ ନଭେମ୍ବର ୧୨ ତାରିଖ ଭୋର ନଦୀ ପଠାକୁ ନାରାୟଣ ଫୁଲ ତୋଳିବାକୁ ଯାଇ ଆଉ ଫେରିନଥିଲେ l ନଦୀ ପଠାରେ ତାଙ୍କର ପୋଷାକ ଥିବା ବେଳେ ତାଙ୍କର ମୃତ ଦେହ ନଦୀ ପାଣିରେ ରକ୍ତାକ୍ତ ଭାବେ ପଡ଼ିଥିବା ଲୋକ ଦେଖି ନୂଆପଡା ଫାଣ୍ଡିକୁ ଜଣାଇଥିଲେ l ନାରାୟଣ ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ନେଇ ପୁଅ ଶିବ ପ୍ରଧାନ କେ. ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ କେ.ନୂଆଗାଁ ଥାନାରେ କେସ ନମ୍ବର ୩୫୩/୨୫ ପ୍ରକାରେ ମାମଲା ରୁଜୁ ହୋଇଥିଲା l ଝୁମୁରି ର ଝିଅ କୁ ନାରାୟଣ ଅସଦ ଆଚରଣ କରିବା ଘଟଣା କୁ ନେଇ ନାରାୟଣ କୁ ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତ ରୁ ଅନୁମାନ କରିଥିବା ସୂଚନା ମିଳିଛି l












Leave a Reply