ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଯବାନଙ୍କ ଶେଷକୃତ ସମ୍ପନ୍ନ

Spread the love

ରଙ୍ଗେଈଲୁଣ୍ଡା, ୧୩।୧୨, ଚେତନା ମିଡ଼ିଆ :
ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ ଆଜି ଆର୍ମି ଯବାନ ଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ ସମ୍ପନ୍ନ ହୋଇଛି l ମୃତ ଯବାନ ଜଣକ ହେଲେ ଵି.ଶ୍ୟାମ ସୁନ୍ଦର ବୟସ ୩୨ ବୋଲି ଜଣାପଡ଼ିଛି l ସୂଚନା ପ୍ରକାରେ ମୃତ ଯବାନ ଜଣକ ପଞ୍ଜାବ ସ୍ଥିତ ଜଳନ୍ଦରରେ ନାୟକ ରେଙ୍କ ରେ କାର୍ଯ୍ୟରତ ଥିଲେ l ଦିର୍ଘ ୧୪ ବର୍ଷ ହେଲା ଯବାନ ଭାବେ କାର୍ଯ୍ୟରତ ରହିଥିବା ବେଳେ ୩ ବର୍ଷ ହେବ ପଞ୍ଜାବ ସ୍ଥିତ ଜଳନ୍ଦର ରେଜିମେଣ୍ଟରେ କାର୍ଯ୍ୟରତ ଥିଲେ l କିଛି ମାସ ହେଲା ଦେହ ଅସୁସ୍ଥ ଥିବାରୁ ସେ ମେଡିକାଲରେ ଚିକିତ୍ସାଧିନ ଥିଲେ l ଗତ ଗୁରୁବାର ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ l ଆଜି ତାଙ୍କ ମର ଶରୀରକୁ ନିଜ ଗ୍ରାମ ପୁରୁଣା ବକ୍ସିପଲ୍ଲୀ ଗ୍ରାମକୁ ଅଣା ଯାଇଥିଲା l ପରେ ଗ୍ରାମର ଶଶ୍ମାନ ରେ ଗୋଳାବନ୍ଧ ଆର୍ମି ପକ୍ଷରୁ ମର ଶରୀର ଉପରେ ଜାତୀୟ ପତାକା ପକାଇ ଗାର୍ଡ ଅଫ ଅନର ଦିଆଜାଇଥିଲା l ପରେ ଜାତୀୟ ପତାକାକୁ ଧର୍ମପତ୍ନୀଙ୍କୁ ହସ୍ତାନ୍ତର କରାଯାଇଥିଲା l ଶେଷକୃତ ସମ୍ପନ୍ନ ବେଳେ ଗୋଳାବନ୍ଧ ଆର୍ମି ଏ.ଡ଼ି କଲେଜର ଅଧିକାରୀ,ଗୋପାଳପୁର ଥାନା ଏ ଏସ ଆଇ ମନୋଜ କୁମାର ଜେନା,ବକ୍ସିପଲ୍ଲୀ ସରପଞ୍ଚ ଏ.ନାରସିମୁଲୁ, ଗ୍ରାମର ଭଦ୍ର ଲୋକ,ବନ୍ଧୁ ବାନ୍ଧବ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *