ମାଲକାନଗିରି: ୧୫।୧୨, ଚେତନା ମିଡ଼ିଆ: ମାଲକାନଗିରିରେ ଇଣ୍ଟରନେଟ ସେବା ସଚଳ ହେବା ପରେ ଲୋକେ ଆଶ୍ବସ୍ତି ଅନୁଭବ କରୁଛନ୍ତି । ଗତ ଏକ ସପ୍ତାହ ହେବ ମାଲକାନଗିରିରେ ଇଣ୍ଟରନେଟ ସେବା ସମ୍ପୁର୍ଣ୍ଣ ଠପ୍ ହେଇଯାଇଥିଲା, ଯାହାଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।ଟଙ୍କା ନେଣଦେଣ ଠାରୁ ଆରମ୍ଭ କରି ଅନଲାଇନ ସପିଙ୍ଗ ହେଉ କିମ୍ବା ପିଲାମାନଙ୍କ ପାଠପଢ଼ା ହେଉ, ଆଜିର ଇଣ୍ଟରନେଟ ଯୁଗରେ ସମସ୍ତେ ପ୍ରାୟ ଇଣ୍ଟରନେଟ ଉପରେ ନିର୍ଭର କରିଥାଆନ୍ତି । ସୂଚନା ଥାଉ କି ମାଲକାନଗିରି ଜିଲ୍ଲା ଏମ୍ ଭି୨୬ ଗ୍ରାମର ବୃଦ୍ଧାଙ୍କ ହତ୍ୟାକାଣ୍ଡ ଓ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେଇଥିଲା । ସୋସିଆଲ ମିଡିଆରେ ଏହାର ପ୍ରଚାର ଓ ଅପପ୍ରଚାର କୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିଲା । ଆଜି ସୋମବାର ମଧ୍ୟାହ୍ନ ୧୨ ରୁ ଇଣ୍ଟରନେଟ ସେବା ପୂର୍ବ ଭଳି ସ୍ବାଭାବିକ ହେଇଛି। ଲୋକେ ଆଶ୍ବସ୍ତି ଅନୁଭବ କରିବା ସହ ଇଣ୍ଟରନେଟ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ କରିପାରିବା ସୁଯୋଗ ପାଇ ବେସ୍ ଖୁସି ଅନୁଭବ କରୁଛନ୍ତି ।











Leave a Reply