ସାତପଡ଼ା: ୦୨.୦୧.୨୦୨୬/ଲିଲନକୁମାର ଜେନା ( ଚେତନା ମିଡିଆ): ଚିଲିକା ସାତପଡ଼ାରେ ଅଘଟଣ, ଭସାପୋଲରୁ ଖସି ଜଣେ ନିଖୋଜ ଇଂରାଜୀ ନବବର୍ଷ ଦିନେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଚିଲିକା ସାତପଡ଼ା ଠାରେ ଘଟିଛି ଏକ ଦୁଃଖଦ ଅଘଟଣ। ପର୍ଯ୍ୟଟନ ସ୍ଥଳୀ ସାତପଡ଼ାରେ ଥିବା ଏକ ଭସାପୋଲ ଚାଲୁ ଥିବା ବେଳେ ଖସି ଜଣେ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି। ଭସାପୋଲରୁ ଖସି ପାଣିରେ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି।
ଘଟଣାସ୍ଥଳରୁ ପାଣି ମଧ୍ୟରୁ ଏକ ବ୍ୟାଗ, ଟୋପି ଓ ଚପଲ ମିଳିଥିବା ସୂଚନା ମିଳିଛି। ନିଖୋଜ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରୁ ଚିଲିକା ବୁଲିବାକୁ ଆସିଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତିଙ୍କ ନାମ ଉମାଶଙ୍କର ସାବତ, ବୟସ ପ୍ରାୟ ୬୦ ବର୍ଷ ଓ ସେ ମାଲକାନଗିରି ଜିଲ୍ଲା ବାଲିମେଳା ଅଞ୍ଚଳର ବାସିନ୍ଦା ବୋଲି ସୂଚନା ମିଳିଛି। ଏହି ଘଟଣା ପରେ CDA କତୃପକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଦୁଇ ଘଣ୍ଟାରୁ ଅଧିକ ସମୟ ହେଲାଣି CDA କର୍ତୃପକ୍ଷ ଙ୍କ କୌଣଷି ରିଆକ୍ସନ ନାହିଁ ?ପର୍ଯ୍ୟଟକଙ୍କୁ କାହିଁକି ଲାଇଫ ଜ୍ୟାକେଟ ଦିଆଯାଇନଥିଲା ? କାହା ମନମାନିରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲା ? ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।















Leave a Reply