ଗୋପାଳପୁର, ଚେତନା ମିଡ଼ିଆ:
ଗୋପାଳପୁର କଲେଜରେ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ସଭା କଲେଜର ଅଧକ୍ଷ ଡ଼.ରାମ ପ୍ରସାଦ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଦୀର୍ଘଦିନ ଧରି ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଜେ. ନାଇଡୁ ଆଜି ଅବସର ଗ୍ରହଣ କରୁଥିବାରୁ କଲେଜ ପକ୍ଷରୁ ତାଙ୍କୁ ଉପଢୋକନ, ମାନପତ୍ର ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ କଲେଜର ପୂର୍ବତନ ଅଧକ୍ଷ ଏସ.ରାମାରାଓ,ସମ୍ମାନୀତ ଅତିଥି ଭାବେ ପୂର୍ବତ୍ତନ ପ୍ରାଧ୍ୟାପକ ଡ଼ ପିତାମ୍ବର ବିଷୋୟୀ ଯୋଗ ଦେଇ ଅବସର ନେଉଥିବା ବ୍ୟକ୍ତିଙ୍କ ଗୁଣଗାନ କରିବା ସହ ଅବଶିଷ୍ଟ ଜୀବନ ସୁଖମୟ ଓ ଆରୋଗ୍ୟ କାମନା କରିଥିଲେ l ଡ଼.ରାଜେନ୍ଦ୍ର କୁମାର ମହାପାତ୍ର ଅତିଥି ନିମନ୍ତ୍ରଣ କରିଥିବା ବେଳେ କର୍ମଚାରୀ ସଂଘର ସମ୍ପାଦକ ଉମାକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅଧ୍ୟାପିକା ଅପରାଜିତା ପାଣ୍ଡେ ମାନପତ୍ର ପାଠ କରିଥିଲେ l କଲେଜର ପ୍ରଶାସନିକ ଅଧିକାରୀ ଡ଼ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ l ଶେଷରେ କର୍ମଚାରୀ ସଂଘର ସହ ସମ୍ପାଦକ ସନ୍ତୋଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
ଗୋପାଳପୁର କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା














Leave a Reply