ମୁମୁର୍ଷୁ ଅବସ୍ଥାରେ ପଡିଥିବା ଯୁବକକୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କଲେ ତହସିଲଦାର
ଚିକିଟି, ଅରୁଣ କୁମାର ପଣ୍ଡା, ଚେତନା ମିଡ଼ିଆ : ଆଜି ଅପରାହ୍ନ ପ୍ରାୟ ଦୁଇଟା ବେଳେ ଚିକିଟି ଉପକଣ୍ଠ ସିନ୍ଦୁରପୁର ନିକଟରେ ଜଣେ ଯୁବକ ମୁମୁର୍ଷୁ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇଁ ନିକଟସ୍ଥ ଗ୍ରାମର କିଛି ଲୋକ ପହଞ୍ଚି ରୁଣ୍ଡ ହୋଇଥିଲେ। ସେହି ରାସ୍ତାରେ ସ୍ଥାନୀୟ ତହସିଲଦାର ବିଶ୍ୱରଂଜନ କହଁର ନିଜ ଅଫିସକୁ ଫେରୁଥିବା ବେଳେ ଗାଡି ଅଟକାଇ ଗୁରୁତର ଯୁବକକୁ ନିଜ ଗାଡ଼ିରେ ଚିକିଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଯୁବକ ଜଣକ ବିଷାକ୍ରିୟା ଯୋଗୁଁ ଗୁରୁତର ହୋଇ ପଡ଼ିଥିଲେ ଓ ତାଙ୍କ ବେକର କିଛି ଅଂଶ କଟିଯାଇଛି । ତାକୁ ଡାକ୍ତରଖାନାରେ ଆଶୁ ଚିକିତ୍ସା ଆରମ୍ଭ କରାଯାଇଛି। ଯୁବକ ଜଣଙ୍କ ହେଉଛନ୍ତି ଗୋପାଳପୁର ଅଞ୍ଚଳର ସୌମ୍ୟ ରଞ୍ଜନ ସାବତ, ସେ ଏକ ମେଡ଼ିସିନ କମ୍ପାନୀର ରିପ୍ରେଜେଣ୍ଟେଟିବ ଭାବେ କାମ କରୁଥିବା ଜଣା ପଡିଛି। ହୁଏତ ସେ କିଛି ମେଡ଼ିସିନ ଖାଇଦେଇଥିବା ସନ୍ଦେହ କରାଯାଉଛି । ଡାକ୍ତର ଖାନରେ ଚିକିଟି ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରୁଛି।ବର୍ତମାନ ଅବସ୍ଥା ଗୁରୁତର ଥିବା ବେଳେ ଡାକ୍ତରଖାନାରେ ୧୦୮ ଆମ୍ବୁଲାନ୍ସ ନାହିଁ. ଯାହା ଫଳରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇପାରୁନି।ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।












Leave a Reply