
ମାଲକାନଗିରି, ୩୦।୧୧, ଚେତନା ମିଡ଼ିଆ : ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଦୈନିକ ବଜାର ନିକଟରେ। ହତ୍ୟାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ତଦନ୍ତ କରୁଛି । ମୃତ ଯୁବକଙ୍କ ନାଁ ସନିଆ ଟ୍ରାକ୍ରି ବୋଲି ଜଣା ପଡିଛି ।
ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ସମୟରେ ଚିତ୍ରକୋଣ୍ଡା ଦୈନିକ ବଜାର ନିକଟରେ ନିଜ ଘରେ ଶୋଇଥିଲେ ସନିଆ ଟ୍ରାକ୍ରି। ହେଲେ ଏହି ସମୟରେ ରବି ସଗରିଆ ଏକ ଧାରୁଆ ଅସ୍ତ୍ରରେ ସନିଆ ଟ୍ରାକ୍ରିଙ୍କ ବେକ କାଟି ଫେରାର ହୋଇଯାଇଥିଲା।
ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ତାଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ ପରିବାରଲୋକେ। ହେଲେ ଡାକ୍ତର ସନିଆଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡ ଖବର ପାଇ ଚିତ୍ରକୋଣ୍ଡା ପୁଲିସ ରବି ସଗରିଆଙ୍କୁ ଧରିବାରେ ସଫଳ ହୋଇଛି। ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ିନଥିବାବେଳେ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।










Leave a Reply