
ଚିକିଟି, ୨୦।୧୧, ଅରୁଣ କୁମାର ପଣ୍ଡା : ପ୍ରସିଦ୍ଧ ବିଷ୍ଣୁ ପୀଠ ଶ୍ରୀ ଅକ୍ରୁରନାଥ ଧାମରେ ଦେବ ଦୀପାବଳୀ ନୀତି ପାରମ୍ପରିକ ନିତୀ ନିୟମାନୁସାରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଭୁ ଅକ୍ରୁରନାଥ ଙ୍କର ଚଳନ୍ତି ପ୍ରତିମା ମଦନ ମୋହନଙ୍କୁ ମନ୍ଦିର ବାହାରକୁ ଅଣାଯାଇ ମହାପ୍ରଭୁଙ୍କର ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହ ଦୀପଦାନ କରାଯାଇଥିଲା।
ଏହି ଅବସରରେ ହଜାର ହଜାର ଭକ୍ତ ମନ୍ଦିର ପରିସରରେ ଦୀପଦାନ କରି ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥିଲା। ମନ୍ଦିର ପରିସରରେ ଘୃତ ଦୀପରେ ଅଚ୍ଛାଦିତ ହେବାସହ ପୁରା ମନ୍ଦିର ସୁନ୍ଦର ଆଲୋକ ମାଳାରେ ସୁସଜ୍ଜିତ ହୋଇଥିଲା। ଏହି ନିଆରା ପରମ୍ପରା ଦେଖିବା ପାଇଁ ବଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ସୁଅ ଚୁଟଥିଲା।













Leave a Reply