ପୁଣୀ ଚାଷୀଙ୍କୁ ଘାରିଲାଣି ବର୍ଷା ଭୟ

Spread the love

ଗଜପତି, ପ୍ରଭାତ ପାତ୍ର : ପୁଣୀଥରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି। ଏଭଳି କିଛି ସୂଚନା ପାଇବା ପରେ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି। ଅନେକ ଅଞ୍ଚଳରେ ଧାନ ପାଚି ଯାଇଥିଲେ ମଧ୍ୟ ଜମି ଓଦା ଥିବାରୁ ଫସଲ କାଟିବା ହୋଇପାରୁ ନାହିଁ। ତେଣୁ ଏବେ ଚାଷୀ ବର୍ଷା ସୂଚନା ପାଇଁ ଭୟଭୀତ ହୋଇପଡିଛି। ଧାନ ଫସଲ ଆମଳ ସମୟରେ ବର୍ଷା ହେଲେ ଫସଲ ସଂପୂର୍ଣ୍ଣ ନଷ୍ଟ ହେବାରେ ଆଶଙ୍କା ରହିଛି। ଫସଲ ନଷ୍ଟ ହେବା ଭୟରେ ଚାଷୀ ତରତର ହୋଇ ଫସଲ ଅମଳରେ ଲାଗିପଡିଛି। କିଏ ଅମଳ ଧାନକୁ ସାଇତି ରଖୁଛ ତ ଆଉ କିଏ ଅମଳ ପାଇଁ ତପ୍ତର ହେଉଛି।ଆଉ କାହାର ଅମଳ ଧାନ ଶୁଖିବା ପାଇଁ ଜମିରେ ପଡିଛି।

ଚଳିତ ବର୍ଷ ଖରିଫରୁତୁରେ ପ୍ରଥମେ ନିଅଣ୍ଟିଆ ବର୍ଷା ତା ପରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ଶେଷରେ ବାତ୍ୟା ମୋନ୍ଥାର ପ୍ରଭାବରେ ବ୍ୟାପକ ଫସଲ ହାନି ହୋଇଥିଲା। ଗତ ଲଗାଣ ବର୍ଷା ରେ ଜିଲ୍ଲାରେ ମୋଟ ୩୨୫୭ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ସୋଇଥିବା ବେଳେ ମୋନ୍ତା ପ୍ରଭାବରେ ହୋଇଥିବା ବର୍ଷାରେ ୪୩୨ ହେକ୍ଟର ଜମିରେ ଫୋସଲ ନଷ୍ଟ ହୋଇଥିବା ନେଇ ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *