ନବୋଦୟ ପାଇଁ ପ୍ରବେଶ ପରୀକ୍ଷା

Spread the love

ଟିକାବାଲି,୧୩।୧୨, ଚେତନା ମିଡ଼ିଆ :କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକରେ ନବୋଦୟ ପ୍ରବେଶ ପରୀକ୍ଷା ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି I ସର୍ବ ମୋଟ ୨୫୫ଜଣ ପରୀକ୍ଷାର୍ଥି ପ୍ରବେଶ ପରୀକ୍ଷା ଦେବା ନିମନ୍ତେ ଆବେଦନ କରିଥିଲେ ସେହିମାନଙ୍କ ମଧ୍ୟରୁ ୨୪୪ଜଣ ପ୍ରବେଶ ପରୀକ୍ଷା ଦେବା ନିମନ୍ତେ ଉପସ୍ଥିତ ହୋଇଥିଲେ I ୧୧ ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ହୋଇଥିଲେ ସେହିମାନଙ୍କ ମଧ୍ୟରୁ ୪ଜଣ ବାଳକ ଏବଂ ୭ଜଣ ବାଳିକା ରହିଛନ୍ତି I ଏହି ନବୋଦୟ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଯାଇଛି I ପରୀକ୍ଷା ପରିଚାଳନା କରିଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାମରାଜ କହଁର ଏବଂ ସହଯୋଗ କରିଥିଲେ ବିଦ୍ୟାଳୟର ସମସ୍ତ କର୍ମଚାରୀ I ପରୀକ୍ଷା ନିରୀକ୍ଷକ ଭାବେ ସ୍ଥାନୀୟ ତହସିଲଦାର ହରିଚନ୍ଦ୍ର ପ୍ରଧାନ ଏବଂ ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦିନୀ ସାମଲ ଉପସ୍ଥିତ ରହିଥିଲେ I ଏଥିସହ ନବୋଦୟ ବିଦ୍ୟାଳୟ ତରଫରୁ ମଧ୍ୟ ଦୁଇ ଜଣ ଅଧିକାରୀ ବସୁଧା ମିଶ୍ର ଏବଂ ସହଯୋଗୀ ପରୀକ୍ଷା ନିରୀକ୍ଷକ ଭାବେ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *