ତାଲୁକ ଆଇନ ସହାୟତା କମିଟି, ତାଳଚେର ଦ୍ବାରା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

Spread the love

ତାଳଚେର, ୧୩।୧୨, ଚେତନା ମିଡ଼ିଆ: ତାଲୁକ ଆଇନ ସହାୟତା କମିଟି, ତାଳଚେର ପକ୍ଷରୁ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୫ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତରେ ୪ ଟି ପ୍ରାକ ମୋକଦମା ଜନିତ ମାମଲାର ଫଇସଲା କରାଯାଇ ୩ ଲକ୍ଷ ୬ ହଜାର ଟଙ୍କାର ସମାଧାନ କରାଯାଇଥିଲା। ସେହିପରି ୧୯୮ ଟି ବିଚାରଧୂନ ମାମଲାର ଫଇସଲା କରାଯାଇଥିଲା । ସେଥିମଧ୍ୟରୁ ଶ୍ରୀଯୁକ୍ତ ସତ୍ୟନାରାୟନ କର, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ, ତାଳଚେରଙ୍କ ଅଦାଲତ ୧୭ ଟି ମୋଟର ଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରି ୧ କୋଟି ୪୭ ଲକ୍ଷ ୪୫ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରିଥିଲେ, ୦୩ ଟି ଫୌଜଦାରୀ ଓ ୦୧ କ୍ରିମିନାଲ ରିଭିଜନ ସମାଧାନ କରିଥିଲେ । ସେହିଭଳି ତାଳଚେର ର ଅନ୍ୟ ଅଦାଲତ ଗୁଡିକ ଅଂଶ ଗ୍ରହଣ କରି ୦୨ ଟି ଚେକ ବାଉକ୍ସ ମାମଲାର ବିଚାର କରି ୫ ଲକ୍ଷ ୯୦ ହଜାର ୨ ଶହ ୩୩ ଟଙ୍କାରେ ସମାଧାନ କରିଥିଲେ । ୧୦ ଟି ଦେୱାନୀ ମାମଲାର ସମାଧାନ କରାଯାଇ ଥିଲା । ୧୦ ଟି ବିଚାଇନ ବ୍ୟାଙ୍କ ସମ୍ପର୍କିତ ମାମଲା, ୦୫ ଟି ପାରିବାରିକ (ଛାଡପତ୍ର ବ୍ୟତିତ) ମାମଲା ଓ ୧୪୭ ଟି ଫୌଜଦାରୀସମ୍ପର୍କିତ ମାମଲା ଫଇସଲା କରା ଯାଇଥିଲା । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ତାଳଚେର ରେ ଥିବା ସମସ୍ତ ଅଦାଲତ, ବିଭିନ୍ନ ତହସିଲ, ବ୍ୟାଙ୍କ ଓ ବି.ଏସ.ଏନ.ଏଲ କାର୍ଯ୍ୟାଳୟ ଅଂଶ ଗ୍ରହଣ କରିଥିଲେ।
ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ତାଲୁକ ଆଇନ ସହାୟତା କମିଟି, ତାଳଚେର ର ଅଧ୍ଯକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟନ କରଙ୍କ ତ‌ତ୍ତ୍ଵାବଧାନରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତଟି ଅନୁଷ୍ଠିତ ହୋଇଥିଲା । ଏହି ଲୋକ ଅଦାଲତଟିରେ ତାଳଚେର ଅଦାଲତର ବିଚାରପତିଗଣ, ସରକାରୀ ଓକିଲ, ତାଳଚେର ଓକିଲ ସଂଘର ଆଇନଜୀବୀ ମାନେ, ତାଲୁକ ଆଇନ ସହାୟତା କମିଟି, ତାଳଚେରର କର୍ମଚାରୀ ଓ ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ଉପସ୍ଥିତ ରହିଥିଲେ I

Leave a Reply

Your email address will not be published. Required fields are marked *