ମିନିବସ – ପିକଅପ୍ ଭ୍ୟାନ ମୁହାମୁହିଁ ଧକ୍କା ; ୩୦ ରୁ ଉର୍ଦ୍ଧ୍ବ ଆହାତ,୭ ଗୁରୁତର….

Spread the love

     ଦିଗପହଣ୍ଡି, ଚେତନା ମିଡ଼ିଆ: ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ର ଝାଟିପିଟିଆ ଗ୍ରାମ ନିକଟରେ ରବିବାର ସକାଳ ପ୍ରାୟ ୯ ଟାରେ ଯାତ୍ରୀବାହୀ ମିନିବସ ନଂ.(ଓ ଆର ୦୭ ଜେ – ୩୩୩୮) ସହ ଶୁଖୁଆ ବୋଝେଇ ପିକ୍ ଅପ୍ ଭ୍ୟାନ ନଂ. ଓଡ଼ି୧୭ ଏଏଫ୍ -୮୨୦୭) ମୁହାଁ ମୁହିଁ ଧକ୍କା ହେବାରୁ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହାତ ହୋଇଛନ୍ତି।ଦୁର୍ଘଟଣାରେ ଭାସ୍କର ସେଠୀ(୭୦),ଲିଙ୍ଗରାଜ ଗୌଡ଼(୮୦),ରାଜେଶ ସାହୁ(୭),ହୃଷୀକେଶ ଦାସ(୫୪),ବନ୍ଦନା ବେହେରା(୨୧),ପୂର୍ଣ୍ଣଚନ୍ଦ୍ର ପାତ୍ର(୩୯),ରଶ୍ମିତା ବାଡ଼ତ୍ୟା(୪୦),ମମତା ପାତ୍ର(୩୨), ଶିବ ପୂଜାରୀ(୪),ହେମନ୍ତ ପୂଜାରୀ(୧୯) ଙ୍କ ସମେତ ୨୦ ଜଣ ଆହାତ ହୋଇଥିଲେ। ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହାତ ଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ୭ ଆହତ ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।ଦିଗପହଣ୍ଡି ରୁ ଚିକିଟି ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ କୁ ଚିକିଟି ରୁ ଦିଗପହଣ୍ଡି ଅଭିମୁଖେ ଦୃତଗତି ରେ ଆସୁଥିବା ପିକଅପ୍ ଭ୍ୟାନ ଟି ଧକ୍କା ଦେଇ ଘଟଣାସ୍ଥଳରେ ଓଲଟି ପଡିଥିଲା।ପୋଲିସ ଉଭୟ ଦୁର୍ଘଟଣାଗସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛନ୍ତି।                             

Leave a Reply

Your email address will not be published. Required fields are marked *