
ଚିଲିକା, ଚେତନା ମିଡ଼ିଆ ତାରିଖ ୧୪/୧୧ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ଚିଲିକା ନିକଟରେ ଓଡ଼ିଆର୍ଟ ଠାରେ ଚଳିତ ବର୍ଷ ନଭେମ୍ବର ୧୫ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଚିଲିକା ସେଲଡ଼କ ଆନ୍ତର୍ଜାତୀୟ ଲୋକକଳା ସଂସ୍କୃତି ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଉତ୍ସବ ପାଇଁ ଶୁକ୍ରବାର ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀ ରେ ବାଲୁଗାଁ ଓ ବାଣପୁର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ଏବଂ ଓଡ଼ିଆର୍ଟ ର ପ୍ରତିଷ୍ଠାତା ପି.କେ ଦାସ,କାର୍ନିଭାଲ ଉତ୍ସବର ଚେୟାରମ୍ୟାନ ହେଲେନ ଆଚାର୍ଯ୍ୟ ଓ ପ୍ରୋଗ୍ରାମ ଡ଼ାରେକ୍ଟର ସୁଧାଂଶୁ ତ୍ରିପାଠି ଆଦି ଯୋଗ ଦେଇଥିଲେ।ପି.କେ ଦାସଙ୍କ ମନ୍ତବ୍ୟ ଅନୁଯାୟୀ ଚଳିତ ବର୍ଷ ସାଉଥ କୋରିଆ ସମର କଳା,ଶ୍ରୀଲଙ୍କାର ଉଦାରତା ନୃତ୍ୟ,ପାରିକୁଦର ପାଇକ ନୃତ୍ୟ ଆଦି ଯୋଗଦେବେ।ଏହା ସହିତ ସ୍ଥାନୀୟ ମହିଳା ଗୋଷ୍ଠୀଙ୍କୁ ନେଇ ହୁଳହୁଳି,ଶଙ୍ଖ ନାଦ,କବାଡି,ମଟକା ରେସ ଓ ପୁଚି ଆଦି ପ୍ରତିଯୋଗିତା ହେବ ବୋଲି ସୂଚନା ଦେଇଛନ୍ତି।

Leave a Reply