ସମ୍ପାଦକଙ୍କ କଲମରୁ… ✍️
ଘରୋଇ ପ୍ରୀତି କେବେ ବନ୍ଦ ହେବ ?
ସରକାରୀ ସ୍ତରରେ ପାରଦର୍ଶିତା ପାଇଁ ବିଭିନ୍ନ କ୍ଷେତ୍ରରେ ନବୀକରଣ କରାଯାଉଛି। କିନ୍ତୁ ତା ସାଙ୍ଗକୁ ଘରୋଇ କ୍ଷେତ୍ରରେ ବି ସମାନ ସୁଯୋଗ ଦିଆଯାଉଛି। କିନ୍ତୁ ପରିଣାମ ଓଲଟା ହେଉଛି। ଧରାଯାଉ ସ୍ୱାସ୍ଥ୍ୟ ସେବା। ସରକାର ସହରାଞ୍ଚଳ ରୁ ଆରମ୍ବ କରି ଗ୍ରାମାଞ୍ଚଳ ଯାଏଁ ବୁଢିଆଣୀ ଜାଲ ଭଳି ଚିକିତ୍ସାଲୟ ଖୋଲିଛନ୍ତି। ନଥିପତ୍ର ରେ ଆବଶ୍ୟକ ଡାକ୍ତର ଙ୍କ ସମେତ କର୍ମଚାରୀ ବି ନିଯୁକ୍ତ ଅଛନ୍ତି। ସେହିପରି ସହରାଞ୍ଚଳ ରେ ପ୍ରାୟ ପ୍ରତି ଜିଲ୍ଲା ରେ ମେଡିକାଲ କଲେଜ ଓ ହସ୍ପିଟାଲ ବି ରହିଛି। ସେଥିରେ ବହୁ ବିଶେଷଜ୍ଞ ତଥା ଅତ୍ୟାଧୁନିକ ଯନ୍ତ୍ରପାତି ବି ଉପଲବ୍ଧ। ଏବେ କିଛି ବର୍ଷ ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ବି ବିଭିନ୍ନ ସହରରେ ଖୋଲା ଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ପ୍ରତି ସରକାରୀ ହସ୍ପିଟାଲ, ସେ ଗ୍ରାମାଞ୍ଚଳ ହେଉ ଵା ସହରାଞ୍ଚଳ ସବୁ ହସ୍ପିଟାଲ ର ନଥିପତ୍ର ଅନୁଯାଇ ନିୟମିତ ରୂପେ ରୋଗୀ ସ୍ୱାସ୍ଥ୍ୟ ସେବା ପାଉଛନ୍ତି। ଏହା ସାଙ୍ଗକୁ ସରକାର ହେଲଥ କାର୍ଡ ବି ବଣ୍ଟନ କରିଛନ୍ତି। ଅବଶ୍ୟ ତାହା ଗରିବ ଗୁରୁବାଙ୍କ ପାଇଁ ଉଦ୍ଧିଷ୍ଟ ଥିଲେ ସୁଦ୍ଧା ଅଧିକାଂଶ ସାଧାରଣ ବର୍ଗ ପରିବାର ବି କାର୍ଡ ପାଇଛନ୍ତି। ସରକାରୀ ହସ୍ପିଟାଲ ରେ ମାଗଣା ଚିକିତ୍ସା ଓ ଔଷଧ ବି ଦିଆଯାଉଛି। ଅଥଚ ଘରୋଇ ହସ୍ପିଟାଲ ସଂଖ୍ୟା ବି ରାଜ୍ୟରେ ବୃଦ୍ଧି ପାଉଛି। ଯଦି ସରକାରୀ ଓ ଘରୋଇ ହସ୍ପିଟାଲ ରେ ଚିକିଶ୍ଚିତ ରୋଗୀ ଙ୍କ ସଂଖ୍ୟା ହିସାବ କୁ ନିଆଯାଏ ତା ହେଲେ ଏହି ସଂଖ୍ୟା ମୂଳ ଜନସଂଖ୍ୟା ପାଖା ପାଖୀ ହେବ। ଏଠି ପ୍ରଶ୍ନ ଉଠେଯେ ରାଜ୍ୟ ରେ କଣ ଉଣା ଅଧିକେ ସମସ୍ତେ ରୋଗୀ? ଏହାଠୁ ବି ଆଶ୍ଚର୍ଯ୍ୟ ଜନକ ବିଷୟ ହେଲା, ନେତା, ବଡବଡିଆ ମାନେ କ୍ଵଚିତ ସରକାରୀ ହସ୍ପିଟାଲ କୁ ଚିକିତ୍ସା ପାଇଁ ଯାଇଥାନ୍ତି। ଅପରନ୍ତୁ ଘରୋଇ ହସ୍ପିଟାଲ ର ମହଙ୍ଗା ଚିକିତ୍ସା ହିଁ ସେମାନେ ପାଇଥାନ୍ତି। ଏହି ମନୋଭାବ ସରକାରୀ ଚିକିତ୍ସା ପଦ୍ଧତି ଓ ବିଶେଷଜ୍ଞ ଯୋଗ୍ୟତା ପ୍ରତି ସନ୍ଦେହ ନୁହେଁକି ? ଅବଶ୍ୟ ସରକାରୀ ଚିକିତ୍ସକ ଙ୍କ ମଧ୍ୟରେ ବେଶ କିଛି ନିଜ ଦାଇତ୍ୱ କାମଚଳା ନୀତି ରେ କରୁଛନ୍ତି। କିନ୍ତୁ ସେମାନଙ୍କ ପାଇଁ ଅଙ୍କୁଶ ନାହିଁ। ଅଧିକାଂଶ ସରକାରୀ ଡାକ୍ତର ଘରୋଇ କ୍ଲିନିକ ସହ ଖୋଲା ଖୋଲି ଜଡିତ। ଯଦି ସେମାନେ ନିଜର ନିର୍ଧାରିତ ଦୈନିକ 8 ଘଣ୍ଟା କର୍ତବ୍ୟ କରୁଛନ୍ତି, ତାହେଲେ କ୍ଲିନିକ ପାଇଁ ସମୟ ଆସୁଛି କୁଆଡୁ? ଏସବୁ ଏଠାରେ ଉପସ୍ଥାପନା କରିବା ଉଧେଶ୍ୟ ହେଲା ଯେ, ଅଧୁନା ଆତ୍ମ ସମୀକ୍ଷା ର ବେଳ। କୌଣସି ସରକାର ସବୁ ସମସ୍ୟା ର ସମାଧାନ କରିବା ଅସମ୍ଭବ। କିନ୍ତୁ ନିଜ ର କର୍ତବ୍ୟ ପାଇଁ ତାଗିଦା କିଏ ଆଉ କିପରି କରିବ? ଏହା ଜାଣି ଶୋଇଛି ଯିଏ ତାକୁ ଉଠେଇବ କିଏ?





Leave a Reply