ପାଣିରେ ପଡିଲା କେlଡିଏ ଲକ୍ଷ,ଲୋକଙ୍କ କାମରେ ଲାଗୁନି ଅଧପନ୍ତରିଆ ପାର୍କ, ସନ୍ଧ୍ୟାରେ ଜମୁଛି ମଦୁଆଙ୍କ ଆଡ୍ଡା

Spread the love

ଚମ୍ପୁଆ,ଆବିଦ ଆନସାରୀ, ଚେତନା ମିଡ଼ିଆ:
ପଞ୍ଚାୟତ ବାସୀଙ୍କ ଅବସର ବିନୋଦନ ପାଇଁ ନିର୍ମାଣ ଆରମ୍ଭ ହେଇଥିବା ପାର୍କ ପାଞ୍ଚ ବର୍ଷ ପରେ ମଧ୍ୟ ଅଧପନ୍ତରିଆ ଭାବେ ପଡି ରହିଛି। କେlଡିଏ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଲୋକ ଙ୍କ କାମରେ ଲାଗିପାରୁ ନାହିଁ ଚମ୍ପୁଆ ବ୍ଲକ ରଙ୍ଗମାଟିଆ ପଞ୍ଚାୟତର ବାକିଂଆ ଗ୍ରାମରେ ଥିବା ପାର୍କ। ପଞ୍ଚାୟତ ବାସୀଙ୍କ ଅବସର ବିନୋଦନ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯେlଜନାରେ ଦଶ ଲକ୍ଷ ଟକାଂ ଅନୁଦାନରେ ବାଙ୍କିଆ ଗ୍ରାମରେ ଏହି ପାର୍କ କାମ ଆରମ୍ଭ କରାଯାଇଥିଲା ପରେ ଏହି ପାର୍କର ସଂପୂର୍ଣୀକରଣ ପାଇଁ ପୁଣି SFC ଅନୁଦାନରୁ ପାଞ୍ଚ ଲକ୍ଷ ଓ ପଞ୍ଚାୟତ ଫଣ୍ଡରୁ ପାଞ୍ଚଲକ୍ଷ ଯେlଗାଇ ଦିଆଯାଇଥିଲା ମାତ୍ର ଏହି ପାର୍କ କାମକୁ ଅଧାରେ ଛାଡି ଠିକାଦାର ଛୁ ମାରିଛି। ଯାହାରି ପାଇଁ ନିର୍ମାଣ ର ପାଞ୍ଚ ବର୍ଷ ପରେ ମଧ୍ୟ ଅଧପନ୍ତରିଆ ଭାବେ ପଡିଛି ଏହି ପାର୍କ। ପାଦଚଲା ରାସ୍ତାରେ ଫେବର ବ୍ଲକ କାମ ଆଦୈ ଆରମ୍ଭ କରାଯାଇନଥିବା ବେଳେ ପାର୍କ ଭିତରେ ଘାସ ଗାଲିଚା ଫୁଲ ଗଛ ଲଗା କାମ ଆଦୈ କରାଯାଇନାହିଁ। ଏପରିକି ପାଚେରୀ ଓ ଅନ୍ୟାନ୍ୟ ଅନୁସଂଗିକ କାମ ଗୁଡିକ ଅଧପନ୍ତରିଆ ଭାବେ ପଡିଥିବାରୁ କେlଡିଏ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଲୋକଙ୍କ କାମରେ ଲାଗୁନାହିଁ ଏହି ପାର୍କଟି। ଅବ୍ୟବହାର ଅବସ୍ଥାରେ ପାର୍କଟି ପଡି ଥିବାରୁ ପାର୍କରେ ଲାଗିଥିବା ଦେlଳି, ଅନ୍ୟାନ୍ୟ ଖେଳ ସାମଗ୍ରୀ ଭାଙ୍ଗିବାକୁ ଆରମ୍ଭ ହେଇଥିବା ବେଳେ ପାର୍କରେ ଲାଗିଥିବା ସିମେଣ୍ଟ ଚେୟାର ପାଣି ଫୁତ୍କାର କୁଣ୍ଡ ଗୁଡିକ ଭାଙ୍ଗି ସଂପୂର୍ଣ ନଷ୍ଟ ହେଇ ଯାଇଛି। ଏହି ପାର୍କଟି ଅପନ୍ତରା ଭାବେ ପଡି ପରିତ୍ୟକ୍ତ ଅବସ୍ଥା ରେ ପଡିରହିଥିବାରୁ ଏବେ ଏହା ମଦୁଆଙ୍କ ଆଡ୍ଡାସ୍ଥଳି ପାଲଟିଛି। ସନ୍ଧ୍ୟା ହେଲା ମାତ୍ରେ ଏଠାରେ ମଦୁଆଙ୍କ ଆଡ୍ଡା ଜମୁଥିବା ବେଳେ ପାର୍କ ସାରା ଖେlଲା ତଥା ଭଙ୍ଗା ମଦ ବେlତଲ ପଡି ରହିଛି। ତେବେ ଏହି ପାର୍କ କାମ ଶେଷ ପାଇଁ ନା ଅଛି ପଞ୍ଚାୟତର ଆଗ୍ରହ ନା ବ୍ଲକ କତୣପକ୍ଷଙ୍କ ଇଛା। ଯାହାକୁ ନେଇ ପଞ୍ଚାୟତ ବାସୀକଂ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ରଙ୍ଗାମାଟିଆ ପଞ୍ଚାୟତ ତଥା ବ୍ଲକ ପ୍ରଶାସନର ଅପାରଗତା ତଥା ଅଦୁରଦର୍ଶିତା ପାଇଁ କେlଡିଏ ଲକ୍ଷ ଟଙ୍କା ପାଣିରେ ପଡିଛି। ଏନେଇ ବିଡ଼ିଓ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଦେଖାଯାଉ କେବେ ଏହି ପାର୍କ ସମ୍ପୂର୍ଣ୍ଣ ହେବ ଓ ଲୋକେ ସୁଫଳ ପାଇବେ ସମୟ କହିବ।

Leave a Reply

Your email address will not be published. Required fields are marked *