ସାଇବାବା ଙ୍କ ମଥାରୁ ଝରୁଛି ବିଭୁତି

Spread the love

କଲ୍ୟାଣସିଂହପୁର-୧୪/୧୧(ଚେତନା ମିଡ଼ିଆ)-ସାଇବାବା ଙ୍କ ମଥାରୁ ଝରୁଛି ବିଭୁତି। ଏ ଭଳି ଚମତ୍କାର ଦୃଶ୍ୟ ଦେଖିବା କୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝିଗୁଡା ପଞ୍ଚାୟତ ସଦର ମହୁକୁମା ବ୍ୟାଙ୍କ ସାହିର ପି ସାବିତ୍ରୀ ଆମା ଙ୍କ ଘରେ। ସେ କହିଛନ୍ତି ଯେ ୨୦୦୭ ମସିହା ଶ୍ରୀ ଗୁଣ୍ଡିଚା ବେଳେ ବିଭୁତି ବାହାରି ବାହୁଡ଼ା ବେଳେ ବନ୍ଦ ହୋଇଥିଲା। ପୁଣି ୧୮ ବର୍ଷ ପରେ ଗତ ମଙ୍ଗଳବାର ସନ୍ଧ୍ୟା ୬ ଘଣ୍ଟା ରେ ସବିତ୍ରୀ ଙ୍କ ସାଙ୍ଗ ଆପାଲା ନର୍ସିମା ବାବାଙ୍କ ଫୋଟୋ ରୁ ଏକ ରଙ୍ଗୀନ ଉଜ୍ଜ୍ୱଳ ହେଉଥିବା ଦେଖି ସାଙ୍ଗେ ସାଙ୍ଗେ ସାବିତ୍ରୀ ଆମା କୁ ଜଣେଇଥିଲା।ତା ପରେ ଦୁଇ ସାଙ୍ଗ ଆଲୋଚନା କରି ଟିକେ ଟିକେ ବିଭୁତି ବାହାରି ଥିବାରୁ ଦୃଶ୍ୟ ଦେଖି ଆଚମ୍ବିତ ହୋଇ ଦୀପ ଜାଳି ପୂଜା ପାଠ କରି ସାହି ପଡିଶା ଙ୍କୁ କହିଥିଲେ। ବର୍ତ୍ତମାନ ଆଖପାଖ ଅଞ୍ଚଳରୁ ଲୋକମାନେ ସାଇ ବାବାଙ୍କ ମଥା ରୁ ବାହାରୁଥିବା ବିଭୁତି କୁ ଦର୍ଶନ କରିବା ପାଈଁ ଭିଡ଼ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।ସାବିତ୍ରୀ ଆମା କହିବା ସୂଚନା ଅନୁଯାୟୀ ସେ ମେ ମାସ ରେ ବହୁତ ଅସୁସ୍ତ ହୋଇ କମା କୁ ଚାଲିଯାଇଥିଲେ। ତାଙ୍କୁ ଦେଖି ଡାକ୍ତର ବଞ୍ଚିବ ନାହିଁ ବୋଲି କହିଥିବା ବେଳେ ତାଙ୍କୁ ସାଇବାବା ବଞ୍ଚାଇ ଥିବା କୁହୁ ଭରା କଣ୍ଠରେ କହିଛନ୍ତି। ସାଇବାବାଙ୍କ ମଥାରୁ ବିଭୁତି ବାହାରୁଥିବା ଘଟଣା ପ୍ରଥମ ଥର ହୋଇ ଥିବାରୁ ଅଞ୍ଚଳ ରେ ଚର୍ଚ୍ଚାରବିଷୟ ପଲତଟିଛି।

Leave a Reply

Your email address will not be published. Required fields are marked *