ପାତ୍ରପୁର,ଚେତନା ମିଡ଼ିଆ: ଗଜପତି ଜିଲ୍ଲା ପୂରୁଣି ଅଞ୍ଚଳରୁ ତୁରିବୁଡି ପଂଚାୟତ କୁମ୍ଭିଖାଲ ଗ୍ରାମକୁ ଏକୋଇସିଆ ଭୋଜିରେ ଯୋଗ କୁ ଆସୁଥିବା ଏକ ଅଟୋ ଘାଟିରେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୧୩ ଜଣ ଆହତ ହୋଇଥିବା ଜଣାପଡିଛି।ଆହତ ମାନେ ହେଲେ ସୁସିଲା ପୂଜାରୀ, ସଞ୍ଜିତା ରଇତ, ସୁରେଶ ପୂଜାରୀ, ବିନା ରଇତ, ସୁକାସେଭ ରଇତ, ଜାନେଶ ପୂଜାରୀ, ଶିବ ରଇତ, ସୁରେନ୍ଦ୍ର ରଇତ, ବିଜୟା ରଇତ, ଦୀପ୍ତି ରଇତ, ସୂର୍ଯ୍ୟକିରଣ ରଇତ, ସୁମନ୍ତା ବୋଲି ଜଣା ପଡିଛି। ସମସ୍ତଙ୍କ ଘର ଗଜପତି ଜିଲ୍ଲା ରଣ୍ଡିଭା ନିକଟ ପୁରୁଣି ଗ୍ରାମରେ ବୋଲି ଜଣାପଡିଛି।ମଙ୍ଗଳବାର ସକାଳେ ସମସ୍ତ ବ୍ୟକ୍ତି ଏକ ଅଟୋ ଯୋଗେ ତୁରୁବୁଡି ପଂଚାୟତ କୁମ୍ଭିଖାଲ ଗ୍ରାମରେ ଥିବା ଜଣେ ସମ୍ପର୍କୀୟଙ୍କ ପିଲାର ଏକୋଇସିଆ ଭୋଜିରେ ଯୋଗ ଦେବାକୁ ଆସୁଥିଲେ। ମହେନ୍ଦ୍ରଗଡ ଠାରୁ ତୁରୁବୁଡ଼ି ରାସ୍ତା ଦେଇ ଆସୁଥିବା ବେଳେ ଝଗଡାପଲ୍ହୀ ନିକଟ ଘାଟିରେ ଅଟୋ ଟି ଦୁର୍ଘଟଣାଗସ୍ତ ହୋଇଥିଲା।ଦୁର୍ଘଟଣା ଖବର ପାଇ ଅଞ୍ଚଳର ଲୋକମାନେ ପହଞ୍ଚି ଆମ୍ବୁଲାନ୍ସ କୁ ଖବର ଦେଇ ଥିଲେ। ଆମ୍ବୁଲାନ୍ସ ପହଞ୍ଚିବା ପରେ ସମସ୍ତ ଆହତ ଙ୍କୁ ଖାରିଆଗୁଡା ଡାକ୍ତରଖାନାକୁ ନେଇ ଥିଲେ। ଡ଼ା. ଶ୍ରୀନିବାସ ଷଡ଼ଙ୍ଗୀ ସହିତ ସମସ୍ତ କର୍ମଚାରୀ ଆହତ ମାନଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ। ଚାରି ଜଣ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତରିତ କରା ଯାଇଥିବା ବେଳେ ଅନ୍ୟ ଆହତ ମାନଙ୍କୁ ପାତ୍ରପୁର ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।



Leave a Reply