ପାଠ ପଢ଼ାଇଲେ ଜିଲ୍ଲା ଶିକ୍ଷା ଅଧିକାରୀ

Spread the love


ଧରାକୋଟ,
ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ଅଚାନକ ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ଓ ବାହାରପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କ ସହ ପ୍ରଥମେ ଭାବ ବିନିମୟ କରିଥିଲେ। ଏହା ପରେ ଅଷ୍ଟମ ଓ ଦଶମ ଶ୍ରେଣୀରେ ପିଲାଙ୍କୁ ଇତିହାସ ଓ ବେସ ଲାଇନ ଟେଷ୍ଟ ବିଷୟରେ ପାଠ ପଢାଇବା ସହ ବିଦ୍ୟାଳୟର ଶିକ୍ଷଣୀୟ ପରିବେଶ,ସ୍ବଚ୍ଛତା , ଆନୁଷଙ୍ଗିକ ବ୍ୟବସ୍ଥା କୁ ବୁଲି ଦେଖିଥିଲେ । ଏହା ପରେ ଏସ ଏମ ସି ସଭାପତି ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ବିଦ୍ୟାଳୟର ସମସ୍ୟା, ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଧରାକୋଟ ବି ଇ ଓ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସି ଆର ସି ସି ଓ କାର୍ଯ୍ୟଳୟ କର୍ମଚାରୀ ମାନେ ତାଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ବି ଇ ଓ ଅଭିମନ୍ୟୁ ସାହୁ, ଏ ବି ଇ ଓ ସୌରୀ ଶଙ୍କର ବେହେରା, ବିଭୁତି ଭୁଷଣ ପାତ୍ର ଙ୍କ ସମେତ ସମସ୍ତ ସି ଆର ସି ସି ମାନଙ୍କ ସହ ବ୍ଲକ ସ୍ତରର ଶିକ୍ଷ୍ୟା ବ୍ୟବସ୍ଥା,ଶିକ୍ଷକ ସମସ୍ୟା,ବିଦ୍ୟାଳୟ ଗୁଡ଼ିକର ପାରିପାର୍ଶିକ ପରିବେଶ ର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏହି ଅଚାନକ ପରିଦର୍ଶନ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ,ଶିକ୍ଷକ ଓ ସି ଆର ସି ସି ମାନଙ୍କ ପାଇଁ ପ୍ରେରଣା ଦାୟକ ହୋଇଥିବା ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *