
ପାରଳାଖେମୁଣ୍ଡି,୧୧/୧୧-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୌରପରିଷଦ କାର୍ଯର୍୍ୟାଳୟ ଠାରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଇଛି । ରାସ୍ତା କଡରେ ବ୍ୟବସାୟ କରୁଥିବା ଉଠାଦୋକାନି ମାନଙ୍କୁ ପୌରପରିଷଦ ନିର୍ବାହୀ ଅଧିକାରୀ , ତହସିଲଦାର , ପୋଲିସ ଫୋର୍ଷ ଉପସ୍ଥିତିରେ ହଟା ଯାଇଥିଲା । ଏଥି ପୁର୍ବରୁ ହାଇସ୍କୁଲ ଛକ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଟ୍ରଫିକ ସମସ୍ୟାକୁ ନେଇ ପୌରପରିଷଦ କାର୍ଯ୍ୟାଳୟକୁ ଅନେକ ଥର ଅଭିଯୋଗ ଆସିଥିଲା । ଯାହାଫଳରେ ଆଜି ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ରାସ୍ତା କଡରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ସହ ଡ୍ରେନ ପାରକରି ଯେଉଁମାନେ ଠେଲା ଗାଡିରେ ଦୋକାନ କରିଥିଲେ ଓ ଯେଉଁ ଦୋକାନୀ ମାନେ ଡ୍ରେନ ଉପର ପର୍ଯ୍ୟନ୍ତ ଦୋକାନ ଗୃହକୁ ବଢାଇଥିଲେ ସେସବୁକୁ ଉଛେଦ କରାଯାଇଛି । ଏହାପରେ ନୋ ପାରକିଙ୍ଗ ଏବଂ ପସରା ଖୋଲିବା ମନା ଲେଖାଥିବା ବୋର୍ଡ ଲଗାଇ ନିଜ କାମ ସାରିଲ ପୌର ପ୍ରଶାସନ । ସେପଟେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୌରପରିଷଦ ଓ ଜିଲ୍ଲା ପ୍ରଶାସନ ଗରିବ ଓ ରାସ୍ତା କଡର ବ୍ୟାପାରି ଉପରେ ନିଜ ବଳ ପ୍ରୟୋଗ କରୁଥିବା ବେଳେ ବଡବଡିଆ ବ୍ୟାପାରି ସହରର ମଧ୍ୟ ଭାଗରେ ରହି ଡ୍ରେନ ଉପରେ ନିଜର ବ୍ୟାପାର କରୁଛନ୍ତି ସେମାନଙ୍କୁ ପ୍ରଶାସନ କି ପୌରପରିଷଦ ହାତ ମାରିବାକୁ କୁଣ୍ଠାବୋଧ କରୁଥିବା ଅଭିଯୋଗ କରିଛନ୍ତି । ଅନେକ ସମୟରେ ରାସ୍ତା କଡର ବ୍ୟବସାୟୀ କରି ପରିବାର ପ୍ରତିପୋଷଣ କରୁଥିବା ଉଠ ଦୋକାନୀ ମାନଙ୍କୁ ପ୍ରଶାସନ ଉଛେଦ କରୁଥିବା ବେଳେ ସେମାନଙ୍କୁ ଥଇଥାନ କରିବା ସକାସେ କୌଣସି ପଦକ୍ଷେପ ନେଉନାହାଁନ୍ତି । ପୌରପରିଷଦ ପକ୍ଷରୁ ଦାର୍ଘ ବର୍ଷ ହେବ ସହରର ଅନେକ ସ୍ଥାନରେ ବଜାର ଗୃହ ନିର୍ମାଣ ହୋଇ ପଡିରହି କ୍ଷତ ଖାଉଛି କିନ୍ତୁ ସେଗୁଡିକୁ ଆବଣ୍ଟନ କରାଯାଉନାହିଁ । ଉକ୍ତ ମାର୍କେଟ କମ୍ପେ୍ଲସ୍କ ନିମନ୍ତେ ଅନେକ ସମୟରେ ବ୍ୟବସାୟୀ ମାନେ ପୌରପରିଷଦ ନିକଟରେ ଆବେଦନ କରୁଥିଲେ ମଧ୍ୟ ଏହାକୁ ଗୁରୁତର ଭାବେ ନେଉନି ପୌରପରିଷଦ । ଯାହାଫଳରେ ପାରଳା ସହରରେ ରାସ୍ତା କଡରେ ଉଠାଦୋକାନିଙ୍କ ସଂଖ୍ୟା ବଢୁଥିବା ସହ ଟ୍ରାଫିକ ସମୟ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ସେପଟେ ବର୍ଷ ବର୍ଷ ଧରି ରାସ୍ତା କଡରେ ବ୍ୟବସାୟ କରି ଘର ଚଳଉଥିବା ଉଠ ଦୋକାନୀ ଏବେ କରିବେ କଣ ତାଙ୍କୁ ଥଇଥାନ କରିବାକୁ ଦାବି କରିବା ସହ ବିଧାୟକଙ୍କ ନିକଟରେ ସହଯୋଗ ପାଇଁ ଲିଖିତ ଅନୁରୋଧ କରିଛନ୍ତି । ପୌର ପ୍ରଶାସନ ଟାଳଟୁଳ ନୀତି ଆପଣାୟୀ ତାଙ୍କ ପେଟରେ ଲାତ ମାରିଛି, ଆଉ ସେମାନେ ରୋଜଗାର ହରାଇଥିବା କହିଛନ୍ତି ଉଠାଦୋକାନି ।



Leave a Reply