
କଣ୍ଟାବାଞ୍ଝି, ୧୩।୧୧, ଚେତନା ମିଡ଼ିଆ: ଖାଦ୍ୟ ଅଭାବ ଯୋଗୁଁ ବନ୍ୟ ଜନ୍ତୁ ସହର ମୁହାଁ ହେଉଛନ୍ତି। ହାତୀ ପଲ ମଧ୍ୟ ସମାନ ଅବସ୍ଥାରେ। ଏବେ ଧାନ ଖାଇବାକୁ ହାତୀପଲ ଗାଁ ମୁହାଁ। ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ବିଜାମାଲ ଗାଁ ନିକଟ ଏକ ପରିତ୍ୟକ୍ତ କୂଅରେ ହାତୀ ହାତୀ ପଲ ମଧ୍ୟରୁ ଏକ ଶାବକ ପଡିଯାଇଥିଲା। ଶାବକ କୁ ଛାଡି ହାତୀ ପଲ କିଛି ଦୁରକୁ ଚାଲିଯିବା ପରେ ବନ ବିଭାଗ ଦମକଳ ବାହିନୀ ସହାୟତାରେ ହାତୀ ଶାବକକୁ ଉଦ୍ଧାର କରାଯାଇଛି।
ସେପଟେ ହାତୀଟିକୁ ଉଦ୍ଧାର କରିବା ସମୟରେ ଗୁଡ଼ିଘାଟ କେନ୍ଦୁଲିପ ଫରେଷ୍ଟର ପ୍ରଦୀପ ନାଥଙ୍କୁ ହାତୀ ଶାବକଟି ଆକ୍ରମଣ କରିଛି । ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Reply