ବଣୁଆକନ୍ଦା ଖାଇ ଦଶରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ଜଣେ ଗୁରୁତର

Spread the love

ପାତ୍ରପୁର, ୧୩।୧୧, ଚେତନା ମିଡ଼ିଆ: : ପାତ୍ରପୁର ବ୍ଲକ ଅଧୀନ ସାମନ୍ତିଆ ପଲ୍ହୀ ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ଦୁଇ ପରିବାର ଦଶରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ସାମନ୍ତିଆ ପଲ୍ହୀ ଗ୍ରାମର କେ. କୃଷ୍ଣମୂର୍ତ୍ତି ଆଚାରୀଙ୍କ ଘରେ ରୋଷେଇ ହୋଇଥିବା ଖାଦ୍ୟ ଖାଇ ସମସ୍ତେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଖାଇବା ପରେ ବାନ୍ତି ହେବା ସହ ଓ ଅସୁସ୍ଥତା ଅନୁଭବ କରିଥିବା ସେମାନଙ୍କୁ ପାତ୍ରପୁର ଡାକ୍ତରଖାନାକୁ ଭର୍ତ୍ତିକରାଯାଇଥିଲା। ଆକ୍ରାନ୍ତମାନେ ହେଲେ କେ. କୃଷ୍ଣମୂର୍ତ୍ତି ଆଚାରୀ (୭୪), କେ. କୁସୁମୀ ଆଚାରୀ (୩୦), କେ. ଅଞ୍ଜଳି ଆଚାରୀ (୨୧), କେ. ହେମା ଆଚାରୀ (୩୦), ରୋଜା ଆଚାରୀ (୪୧), ବମକେଇ ଗ୍ରାମର ସୋମବାରୁ କନିଆରି (୫୦), କୁମୁଝରି ଗ୍ରାମର ରାଜୀବ ପ୍ରଧାନ (୩୦)। ସମସ୍ତେ ପାତ୍ରପୁରରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର କୃଷ୍ଣମୂର୍ତ୍ତି ଆଚାରୀଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ସୂଚନା ମିଳିଛି ଯେ, ସେମାନଙ୍କ ପରିବାର ଗଜପତି ଜିଲ୍ଲାକୁ କୌଣସି କାମ ପାଇଁ ଯାଇଥିବାବେଳେ ରାସ୍ତାରେ ବିକ୍ରି ହେଉଥିବା ଦେଶୀ ଆଳୁ ଭଳି ଦିଶୁଥିବା ବଣୁଆକନ୍ଦା କିଣି ଆଣି ଆଜି ରୋଷେଇ କରି ଖାଇଥିଲେ। ଖାଇବା ପରେ ସମସ୍ତେ ଅସୁସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *