ଚିକିଟି, ଅରୁଣ କୁମର ପଣ୍ଡା,ଚେତନା ମିଡ଼ିଆ , ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକିଟି ଓ ପାତ୍ରପୁର ବ୍ଳକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ନେଇ ଚିକିଟି ବିଜେଡ଼ି ବିଧାୟକ ପ୍ରାଥୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେବ ଏକ ଖବରଦାତା ସମ୍ମିଳନୀ କରି ଅଭିଯୋଗ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଓ ବିଧାୟକଙ୍କ ମିଳିତରେ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ କରି ଶାସକ ଦଳକୁ ସିଧା ଟାର୍ଗେଟ କରିଛନ୍ତି। ଶ୍ରୀଦେଓ କହିଛନ୍ତି ଯେ ପୂର୍ବ ବିଜେଡ଼ି ସରକାର ସମୟରେ ପାତ୍ରପୁର ବ୍ଲକ ସୁବର୍ଣ୍ଣପୁର ଠାରୁ ସୀମାନ୍ତ ବନମାଳୀପୁର, ରାଙ୍କୁଡା ଠାରୁ ସୁନାଖଳା ଓ ପାତ୍ରପୁର ଠାରୁ ଭିମପୁର ଏହି ତିନୋଟି ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କ ଦ୍ଵାରା ଭିତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ତିନୋଟି ପ୍ରକଳ୍ପ କାମ ଆରମ୍ଭ ହୋଇ ପ୍ରାୟ ୫୦ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ତିନୋଟି ରାସ୍ତା କାର୍ଯ୍ୟ ବନ୍ଦ କରିଦିଆଯାଇଛି । ଦୀର୍ଘ ଦେଢ ବର୍ଷ କାଳ ଏହି ରାସ୍ତା ବଢିଆ ହେବା ଫଳରେ ସ୍ଥାନୀୟ ଜନସାଧାରଣ ହଇରାଣ ହରକତ ହେଉଛନ୍ତି। ସରକାର ବଦଳି ଦେଢ଼ବର୍ଷ ହେଲାଣି, କାହିଙ୍କି ସେହି ରାସ୍ତା ନିର୍ମାଣକୁ ବନ୍ଦ କରାଯାଇଛି ଏହା କଣ ବିଧାୟକ ମକ ନଜରକୁ ଆସୁନି କି ବୋଲି ପ୍ରଶ୍ନ କରୁଛନ୍ତି।
ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ପାତ୍ରପୁର ପଞ୍ଚାୟତ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଘରୋଇ ପଟ୍ଟା ଜମିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସରକାରୀ କୋଠା ନିର୍ମାଣ କରିଥିଲେ। ଏନେଇ ଜମି ମାଲିକ ଅଭିଯୋଗ କରିବା ପରେ ଅଧାରୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଛ, ତେବେ ସରକାରୀ ବାବୁମାନେ ଜୋର ଜବରଦସ୍ତ ଘରୋଇ ପଟା ଜମିରେ କାହା ବଳରେ ସରକାରୀ କୋଠା ମିତ୍ରମାନ ଆରମ୍ଭ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଚିକିଟି ଓ ପାତ୍ରପୁର ବ୍ଳକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ହେଉଥିବା ରାସ୍ତା କାମ ଅତି ନିମ୍ନମାନର ହେଉଛି।
ଜରଡା ଠାରୁ ସୁରଙ୍ଗି ପଞ୍ଚାୟତକୁ ସଂଯୋଗ କରୁଥିବା ଠଣାଗାଁ ପୂର୍ତ୍ତ ବିଭାଗ ରାସ୍ତାରେ ନିମ୍ନ ମାନର ଗାର୍ଡ ୱାଲ ନିର୍ମାଣ କରାଯାଉଥିବା ବେଳେ ସେହି ବିଷୟରେ ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ନିମ୍ନ ମାନର ଗାର୍ଡ ୱାଲ ନିର୍ମାଣ କରାଯାଇଥିଲା।ଯାହା ଯୋଗୁଁ ସେହି ଗାର୍ଡ ୱାଲ ଭୁଷୁଡି ପଡ଼ିଛି । ରାସ୍ତାରେ ଗାର୍ଡ ୱାଲ ପଡିବା ପରେ ସେଠାରେ ଦୁର୍ଘଟଣା ଘଟି ଜଣେ ନିରିହ ମହିଳା ପ୍ରାଣ ହରାଇଥିବା କହିଛନ୍ତି। ସେହି ମହିଳାଙ୍କ ମୃତ୍ୟୁ ପୂର୍ତ୍ତ ବିଭାଗର ଦାୟିତ୍ବହିନତା ଯୋଗୁଁ ଘଟିଥିବା ବେଳେ ପ୍ରଶାସନ ପକ୍ଷରୁ ରେଡ୍ କ୍ରସ ସହାୟତା ରାଶି ମଧ୍ୟ ପ୍ରଦାନ କରା ଯାଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ଗ୍ରାମ୍ୟ ଉନ୍ନୟନ ବିଭାଗରେ ଦୁର୍ନୀତି ହେଉଥିବା ନେଇ ଶ୍ରୀରୁପ ଦେବଙ୍କ ସାମ୍ବାଦିକ ସମ୍ମିଳନୀ















Leave a Reply