ବାଲିଯାତ୍ରା ପାଇଁ ବାଲି ଗୃହ ନିର୍ମାଣର ଶୁଭାରମ୍ଭ.୯ ଦିନ ପରେ ଅନୁଷ୍ଠିତ ହେବ ଆଦିବାସୀଙ୍କ ପାରମ୍ପରିକ ବାଲିଯାତ୍ରା

ବୈପାରିଗୁଡା:( ବିକ୍ରାନ୍ତ କୁମାର ବେବର୍ତ୍ତା )ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ବାଲିଯାତ୍ରାକୁ ନେଇ ବୈପାରିଗୁଡା ଅଞ୍ଚଳରେ ଉତ୍ସାହ ଦେଖାଦେଇଛି। ଆସନ୍ତା ୯ ଦିନ ପରେ ଅର୍ଥାତ ୩୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ପାରମ୍ପରିକ ବାଲିଯାତ୍ରା ପାଇଁ ବାଲି ଗୃହ ନିର୍ମାଣ ସହିତ ପୂଜାର୍ଚ୍ଚନା ଶୁଭାରମ୍ଭ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ବାଲି ଗୃହ ଠାରେ ଧାନ, ମାଣ୍ଡିଆ,ବିରି ସହ ଅନ୍ଯାନ ଚାଷ କାର୍ଯ୍ଯରେ ବ୍ଯବହାର ଜିନିଷ ରଖାଯାଇଛି। ଏହି ଅବସରରେ ସରପଞ୍ଚ ସୂର୍ଯ୍ଯମଣି ନାୟକ, ସମିତିସଭ୍ଯା ମଞ୍ଜୁଲତା ପଟ୍ଟନାୟକ ଓ ଅନ୍ଯାନ ଜନସାଧାରଣଙ୍କ ସହ ଆଦିବାସୀ ସମ୍ପ୍ରଦାୟର ବହୁ ଲୋକ ଉପସ୍ଥିତ ରହି ପାରମ୍ପରିକ ପରମ୍ପରାକୁ ଆଗେଇ ନେବାରେ ସାମିଲ ହୋଇଥିଲେ। ବାଲି ଗୃହ ନିର୍ମାଣ ଶୁଭାରମ୍ଭ ପରେ ଆଗାମୀ ବାଲିଯାତ୍ରାକୁ ନେଇ ଅଞ୍ଚଳରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଆଦିବାସୀ ସମାଜର ପାରମ୍ପରିକ ପର୍ବପର୍ବାଣୀ ମଧ୍ୟରେ ବାଲିଯାତ୍ରାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହି ଅବସରରେ ପାରମ୍ପରିକ ପୂଜାପାଠ, ନୃତ୍ୟ, ଗୀତ ଓ ବାଦ୍ୟଯନ୍ତ୍ର ପରିବେଷଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ନେଇ ଆଶା କରାଯାଉଛି। ନିଜର ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବାରେ ଏହି ଉତ୍ସବର ଗୁରୁତ୍ୱ ରହିଛି। ବାଲିଯାତ୍ରାକୁ ଆଉ ମାତ୍ର ୯ ଦିନ ବାକି ଥିବାରୁ ଆୟୋଜକ ଓ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପାରମ୍ପରିକ ଉତ୍ସବକୁ ସଫଳ କରିବା ପାଇଁ ସମସ୍ତେ ଏକଜୁଟ ହୋଇ ପ୍ରସ୍ତୁତି ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *