ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର ସମ୍ମୁଖରେ ପରିବେଶବିତ ତଥା ବୃକ୍ଷମାନବ ରମେଶ ଚନ୍ଦ୍ର ମିଶ୍ର ମାଗଣା ଚାରା ବଣ୍ଟନ କଲେ
କେନ୍ଦୁଝରଗଡ଼:୨୨/୦୯(ପ୍ରଣବ ରାଉତରାୟ)- କେନ୍ଦୁଝରଗଡ ପୁରୁଣାସହର ସ୍ଥିତ ଶ୍ରୀଶ୍ରୀ ବଳଦେବଜୀଉ ବିଜେ ମନ୍ଦିର ସମ୍ମୁଖରେ ଚଳିତ ସେପ୍ଟେମ୍ୱର ମାସ ୨୦ ତାରିଖ ରବିବାର ଦିନ ପୂର୍ବାହ୍ନ ୯ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ନିଶୁଳ୍କ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶୁକ୍ଳ ଚାରାବଣ୍ଟନ କାର୍ଯ୍ୟକ୍ରମକୁ କେନ୍ଦୁଝର ବରିଷ୍ଠ ନାଗରିକ ମଞ୍ଚ ସହଯୋଗରେ ଜିଲ୍ଲାର ଚର୍ଚ୍ଚିତ ପରିବେଶବିତ୍ ରମେଶଚନ୍ଦ୍ର ଚନ୍ଦ୍ର ମିଶ୍ରଙ୍କ’ ସୌଜନ୍ୟତାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ମଞ୍ଚର ଉପସଭାପତି ବୀରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ କେନ୍ଦୁଝରଗଡ଼ ପୌରପାଳିକାର ପୌରାଧ୍ଯକ୍ଷା ନିକୁ ସାହୁ ମୁଖ୍ୟ ଅତିଥି, ପୌର ଉପାଧ୍ଯକ୍ଷ ବରଦା ପ୍ରସନ୍ନ ଦାସ, ପରିବେଷବିତ ରମେଶ ଚନ୍ଦ୍ର ମିଶ୍ର, ଅମରେନ୍ଦ୍ର ନାୟକ (ଡିସିବି ବ୍ୟାଙ୍କ), ଡ଼. ବାଳକୃଷ୍ଣ ଗିରି ସମ୍ମାନିତ ଅତିଥି ଭାବେ ଉକ୍ତ ନିଶୁଳ୍କ ଚାରାବଣ୍ଡନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଡକ୍ଟର ବନ ବିହାରୀ ମିଶ୍ର ଓ ମନୋଜ ମିଶ୍ର ସଭାମଞ୍ଚ ସଂଯୋଜନା ଓ ପରିଚାଳନା କରିଥିଲେ। ପରିବେଷବିତ ତଥା ବୃକ୍ଷମାନବ ରମେଶ ଚନ୍ଦ୍ର ମିଶ୍ରଙ୍କ ଦ୍ବାରା ବିଭିନ୍ନ ପ୍ରକାରର ଫଳ ଓ ଔଷଧୀୟ ଚାରା ଅତିଥି ମାନଙ୍କ ଦ୍ବାରା ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜନସାଧାରଣଙ୍କୁ ନିଶୁଳ୍କ ପ୍ରଦାନ କରାଯାଇଥିଲା । ଏଥିରେ ବରିଷ୍ଠ ନାଗରିକ ମଞ୍ଚର ସକ୍ରିୟ ସଦସ୍ୟ ନବକିଶୋର ସାହୁ, ବିପ୍ର ରଞ୍ଜନ ମିଶ୍ର, ବିଧାନ ପଟ୍ଟନାୟକ, ରବୀନ୍ଦ୍ର ରଣସିଙ୍ଗ, ସତ୍ୟନାରାୟଣ ମହାପାତ୍ର, ଅଫଜଲ ଖାନ, ରଜତ କୁମାର ସାହୁ, ଅନିରୁଦ୍ଧ ବେହେରା, କାଉନସିଲର ଶରତ ସାହୁ, ନିହାର ରଞ୍ଜନ ଦାସ ଏବଂ ସାର୍ବଜନୀନ ଦୋଳ ପୂଜା କମିଟିର ସଦସ୍ୟମାନେ ପ୍ରତ୍ୟକ୍ଷ ଉପସ୍ଥିତ ରହି ଏହି ନିଶୁକ୍ଳ ଚାରାବଣ୍ଟନ କାର୍ଯ୍ୟକ୍ରମକୁ ସୂଚାରୁରୂପେ ଆଗେଇ ନେଇଥିଲେ।

