ସୁରଙ୍ଗୀ ତାଲୁକା କର୍ମକର୍ତ୍ତା ନିର୍ବାଚିତ


ପାତ୍ରପୁର, ଚେତନା ମିଡ଼ିଆ : ଷୋହଳ ଖଣ୍ଡ ଗୋପାଳ ସମାଜର ସୁରଙ୍ଗୀ ତାଲୁକା କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ତାଲୁକା ସଭାପତି ସୀମାଞ୍ଚଳ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନିର୍ବାଚନ ସଭାରେ ମଞ୍ଜୁରୀ ତାଲୁକା ସଭାପତି ବାବୁଲା କୁମାର ଗୌଡ଼ ମୁଖ୍ୟ ନିର୍ବାଚନ ଅଧିକାରୀ, ପିତାମ୍ବର ଗୌଡ଼ ସହସମ୍ପାଦକ ଓ ପ୍ରେମାନନ୍ଦ ମହାଙ୍କୁଡ଼ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ।
ଆଗାମୀ ୫ ବର୍ଷ ପାଇଁ ଅବସରପ୍ରାପ୍ତ ସୈନିକ ଅନ୍ତର୍ଯ୍ୟାମୀ ଗୌଡ଼ ସଭାପତି, ସୀମାଞ୍ଚଳ ଗୌଡ଼ ଉପସଭାପତି, ଯୁଧିଷ୍ଠିର ଗୌଡ଼ ସମ୍ପାଦକ, ହରିକୃଷ୍ଣ ଗୌଡ଼ ସହସମ୍ପାଦକ ଓ ଜୟରାମ ଗୌଡ଼ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ସାନଖେମୁଣ୍ଡି ତାଲୁକା ସଭାପତି ଗଣେଶ ଗୌଡ଼, ଜରଡ଼ାର କର୍ପୂର ଗୌଡ଼, ଜଳନ୍ତର ତାଲୁକା କୋଷାଧ୍ୟକ୍ଷ ଧନେଶ୍ୱର ଗୌଡ଼ଙ୍କ ସମେତ ରାମହରି ଗୌଡ଼ ଓ ବୃନ୍ଦାବନ ଗୌଡ଼ ସହଯୋଗ କରିଥିଲେ। ଶେଷରେ ପ୍ରଭାତ କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *