ହଳଦୀରେ କଂଗ୍ରେସର ଜନଜାଗରଣ ପଦଯାତ୍ରା

ଚାରି ଦଫା ଦାବିରେ ଶତାଧିକ କଂଗ୍ରେସ କର୍ମୀଙ୍କ ଶକ୍ତି ପ୍ରଦର୍ଶନ

ବଲାଙ୍ଗୀର,ଚେତନା ମିଡ଼ିଆ :
ଚାରି ଦଫା ଦାବିକୁ ନେଇ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ହଳଦୀ ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଆୟୋଜିତ ହୋଇଛି ଜନଜାଗରଣ ପଦଯାତ୍ରା।
ମୁରିବାହାଲ ବ୍ଲକ କଂଗ୍ରେସ ସଭାପତି ଗିରିଧାରୀ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରାରେ ଏମ୍‌ଏମ୍‌ଡିଆର ସଂଶୋଧିତ ଅଧିନିୟମ ରଦ୍ଦ, ସିଇସି ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ଦାବି ଉଠାଯାଇଥିଲା।
ପଦଯାତ୍ରାରେ ଯୁବନେତା ଅମିତ ସିଂ ସାଲୁଜା ସେଜି, ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ଯଦୁପତି ଅଗସ୍ତି, ଏସ୍‌ସି ସେଲ୍‌ ବ୍ଲକ ସଭାପତି ବିଭୀଷଣ ମହାନନ୍ଦଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ।
ଏହାସହ ଶତାଧିକ କଂଗ୍ରେସ କର୍ମୀ ଓ ମହିଳା ପଦଯାତ୍ରାରେ ସାମିଲ ହୋଇ ଦାବିଗୁଡ଼ିକୁ ନେଇ ଜନସଚେତନତା ସୃଷ୍ଟି କରିଥିଲେ।

Leave a Reply

Your email address will not be published. Required fields are marked *