ବର୍ଷାରେ ଭାଙ୍ଗିଲା ରାସ୍ତା କଡ଼ ବର ଗଛ,

ପାତ୍ରପୁର, ଚେତନା ମିଡ଼ିଆ : ଗଞ୍ଜାମ ଜିଲ୍ଲା ପାତ୍ରପୁର ଅଞ୍ଚଳରେ ସୋମବାର ରାତିଠାରୁ ଲାଗି ରହିଥିବା ବର୍ଷା ଯୋଗୁଁଁ ପାତ୍ରପୁର-ଇଚ୍ଛାପୁର ରାସ୍ତାର ଚୁଡ଼ିଆଲାଞ୍ଜି ନିକଟରେ ଏକ ବରଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଥିଲା। ଫଳରେ ମଙ୍ଗଳବାର ସକାଳେ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଗଛଟି ରାସ୍ତାର ଅଧିକାଂଶ ଅଂଶ ଅବରୋଧ କରିଥିବାରୁ ଉଭୟ ପାର୍ଶ୍ୱରୁ ଆସୁଥିବା ଯାନବାହନ ଅଟକି ରହିଥିଲା। ଲଗାଣ ବର୍ଷା ଯୋଗୁଁଁ ଗଛଟି ଦୁର୍ବଳ ହୋଇ ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ପାତ୍ରପୁର ବିଡିଓ ଲକ୍ଷ୍ମଣ ଚରଣ ସୋରେନ ତୁରନ୍ତ ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ। ପାତ୍ରପୁର ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କଟର ଓ ଅନ୍ୟାନ୍ୟ ଉପକରଣ ସହାୟତାରେ ଗଛକୁ କାଟି ଛୋଟ ଛୋଟ ଖଣ୍ଡ କରି ରାସ୍ତାରୁ ହଟାଇଥିଲେ। ଏହାପରେ ରାସ୍ତା ସଫା ହେବା ସହ ଯାନବାହନ ଚଳାଚଳ ପୁନର୍ବାର ସ୍ୱାଭାବିକ ହୋଇଥିଲା।
ଉକ୍ତ ରାସ୍ତା ପାତ୍ରପୁର ସମେତ ତୁରୁବୁଡ଼ି, ମନ୍ଦରଡ଼ା, ତୁମ୍ବା, ଜରଡ଼ା ଆଦି ଅଞ୍ଚଳର ଲୋକଙ୍କ ଯାତାୟାତର ଏକ ପ୍ରମୁଖ ମାର୍ଗ ହୋଇଥିବାରୁ ଗଛ ପଡ଼ିବା ପରେ ଯାତ୍ରୀ ଓ ଯାନବାହନ ଚାଳକମାନେ ସାମୟିକ ଅସୁବିଧାରେ ପଡ଼ିଥିଲେ। ତେବେ ପ୍ରଶାସନର ତ୍ୱରିତ ହସ୍ତକ୍ଷେପ ଓ ଅଗ୍ନିଶମ ବି

Leave a Reply

Your email address will not be published. Required fields are marked *